SunstarTV
ସଭିଙ୍କ ଚକିତ କରିଛି ଚାଞ୍ଚଲ୍ୟକର ଘଟଣା । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛନ୍ତି ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବାପୁଜିନଗର ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ।
ଭୁବନେଶ୍ବର ବାପୁଜୀନଗର ରେଳ ଧାରଣାରୁ ତାଙ୍କର ମୃତଦେହ ମିଳିଲା । ସାମ୍ବାଦିକାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ । ସାମ୍ବାଦିକା ଜଣକ ନିକଟରେ ବିବାହ କରିଥିଲେ ।
ସୂଚନା ଅନୁଯାୟୀ, ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ। ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି। ମୃତ୍ୟୁର କାରଣ ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ମୃତ୍ୟୁ ପୂର୍ବରୁ ଭାଇରାଲ ହୋଇଛି ସାମ୍ବାଦିକାଙ୍କ ଭିଡିଓ । ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିଥିଲେ ସାମ୍ବାଦିକା । ଭିଡିଓରେ ସ୍ୱାମୀ ଧୋକା ଦେଉଥିବା କହୁଛନ୍ତି ସାମ୍ବାଦିକା । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି । ଭିଡିଓ କିଛି କହୁଥିବା ବେଳେ ପରିବାର ଲୋକ ହତ୍ୟାର ଅଭିଯୋଗ ଆଣିଛି । ପୋଲିସ ତାର ତଦନ୍ତ ଜାରି ରଖିଛି ।