SunstarTV
ଆଜି ସଂସଦରେ ପାରିତ ହେବ ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ। ଏନଡିଏ ସରକାରର ତୃତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।
ଏଥର ଯାହା ଆଶା କରାଯାଉଛି ବଜେଟ ଟି ଯୁବ ବର୍ଗଙ୍କ ପାଇଁ ଅଧିକ ସୁହାଇବ । ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ କରାଯିବା ସହ ଷ୍ଟାର୍ଟଅପ୍ ଓ MSMEକୁ ଅଧିକ ଟିକସ ରିହାତି ମିଳିବ ବୋଲି ଆଶା କରାଯାଉଛି।
ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଘୋଷଣା କରିବେ ବୋଲି ଆଶା ରଖା ଯାଇଛି । ରିଅଲ ଇଷ୍ଟେଟ୍ ସଂଘ ମଧ୍ୟ ଅନେକ ଆଶା ରଖିଛି। ଏହାସହ ଶସ୍ତା ବାସଗୃହ ନିର୍ମାଣରେ ବିଲ୍ଡରଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ବାସଗୃହ କ୍ରେତାଙ୍କ ଲାଗି କ୍ରେଡିଟ୍ ଲିଙ୍କ୍ ସ୍କିମ ସମ୍ପ୍ରସାରଣ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଘୋଷଣା ହେବ ବୋଲି ଆଶା କରାଯାଉଛି।ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ରିହାତି ଦେଇ ଖୁସି କରିପାରନ୍ତି। ନୂଆ ବ୍ୟବସ୍ଥାରେ ଟିକସ ଛାଡ଼ ସୀମା ୩ ଲକ୍ଷ ଟଙ୍କା ରଖାଯାଇଛି। ଅର୍ଥମନ୍ତ୍ରୀ ଏହାକୁ ୫ ଲକ୍ଷ ଟଙ୍କାକୁ ବଢ଼ାଇପାରନ୍ତି।ସରକାର ସବୁଜ ଶକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ଅର୍ଥମନ୍ତ୍ରୀ ଏହି କ୍ଷେତ୍ର ପାଇଁ କିଛି ବିଶେଷ ଘୋଷଣା କରିପାରନ୍ତି।