SunstarTV
ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ। ରାଜୌରୀ ସେନା କ୍ୟାମ୍ପ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଉଦ୍ୟମ ହୋଇଥିଲା। ମାତ୍ର ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଏହି ଆକ୍ରମଣ ଉଦ୍ୟମ ବିଫଳ ହୋଇଛି। ତେବେ କିଛି ସୁରକ୍ଷା କର୍ମ ଆହତ ହୋଇଥିବା ଜଣାଯାଇଛି। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି। ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର ଚାଲିଛି। ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି।
ଆଜି ଭୋର ସମୟରେ ରାଜୋରୀରେ ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଅତର୍କିତ ଗୁଳିମାଡ କରିଛନ୍ତି ଆତଙ୍କବାଦୀ। ରାଜୋରୀର ଗୋନ୍ଧା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ଜାରି ରହିଛି। ଆତଙ୍କବାଦୀମାନେ ଯେପରି ଖସିନଯିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।
ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଏଠାରେ ଏକ ଉଚ୍ଚ ସ୍ତରୀୟ ମିଳିତ ସୁରକ୍ଷା ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସୀମା ସୁରକ୍ଷା ବଳ (ବିଏସଏଫ), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ଜମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ, ଗୁଇନ୍ଦା ଏଜେନ୍ସିର ମୁଖ୍ୟ ତଥା ଅନ୍ୟ ବରିଷ୍ଠ ସୁରକ୍ଷା କର୍ମୀମାନେ ଯୋଗ ଦେଇଥିଲେ।
ଏପରି ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ତୁରନ୍ତ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳରକୁ ସିଲ୍ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି। ଏହି ଆକ୍ରମଣରେ କେତେ ଜଣ ଆତଙ୍କବାଦୀ ସାମିଲ ହୋଇଥିଲେ ତାହା ସ୍ପଷ୍ଟ ହୋଇନି।