Sunstar Tv
Yoga in School: ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶାନାମା ।
କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଏହି ଶିକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ଗତ ମେ’ ମାସ ୬ ତାରିଖରେ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁସାରେ, ସ୍କୁଲରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ।
ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ, ପ୍ରାଣାୟମ, ଶାରିରୀକ ବ୍ୟାୟମ କରାଇବେ ।
ଯାହାକି ପିଲାଙ୍କୁ ମନ ଲଗାଇ ପାଠ ପଢ଼ିବାରେ ସାହାଯ୍ୟ କରିବ । ସେହିପରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ସ୍କୁଲରେ ପ୍ରତିଭା ଚିହ୍ନଟ ପାଇଁ ପରାମର୍ଶ ଦିଆଯାଇଛି ।
୧୫ ଜଣ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ (ଡିପିଇଓ) ଏବଂ ୧୫ ଜଣ ଭାରାପ୍ରାପ୍ତ ଡିପିଇଓଙ୍କୁ ସ୍କୁଲ, ବ୍ଲକ ଏବଂ ଜିଲ୍ଲାସ୍ତରରେ କ୍ରୀଡ଼ା ଆକ୍ଟିଭିଟିକୁ ନେଇ ଯୋଜନା କରିବେ ।
ଯେଉଁ ସ୍କୁଲ ଜିଲ୍ଲାସ୍ତରରେ ଭଲ କରିବ, ସେହି ସ୍କୁଲକୁ କ୍ରୀଡା କିଟ୍ସ ମିଳିବ । ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମ୍କୁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ମିଳିବ ବୋଲି ଉକ୍ତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।