Sunstar Tv
Gold at Home: ସୁନା ପିନ୍ଧିବାକୁ ଏବଂ କିଣିବା ଅବା କାହାରବା ପସନ୍ଦ ନୁହେଁ । କିଣିବା ଠାରୁ ତାକୁ ପରିଧାନ କରିବା ମହିଳାଙ୍କର ଅଧିକ ପ୍ରିୟ ।
ସୁନାର ହାର ହେଉ କି, ମୁଦି ବା ଚୁଡି ପ୍ରତ୍ୟେକ ମହିଳା ଶୃଙ୍ଗାର ପାଇଁ ଏହାକୁ ପରିଧାନ କରନ୍ତି । କେବଳ ମହିଳା କାହିଁ ଯୁବତୀ, ପୁରୁଷ ଓ ଛୋଟ ପିଲାମାନେ ମଧ୍ୟ ସୁନା ପରିଧାନ କରନ୍ତି।
ଗରିବ ହେଉ କି ଧନି ସମସ୍ତଙ୍କ ଘରେ କିଛି ନା କିଛି ସୁନା କିଣି ରଖିଥାନ୍ତି । ଏମିତିକି କେହି କେହି ଗୋଲ୍ଡ କଏନ ଘରେ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ମାନେ ଜାଣିନ୍ତି କି ଘରେ କେତେ ପରିମାଣର ସୁନା ରଖି ପାରିବେ ।
ଏଥି ପାଇଁ କିଛି ନିୟମ ରହିଛି । ଏହା ଆପଣ ଜାଣିବା ଜରୁରୀ । ନଚେତ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଭାରତରେ ସୁନା କ୍ରୟ, ସଂରକ୍ଷଣ ଏବଂ ଟ୍ୟାକ୍ସ ନିୟମ
ଭାରତରେ ସୁନା କ୍ରୟ ଏବଂ ଘରେ ସୁନା ସଂରକ୍ଷଣ ସମ୍ବନ୍ଧରେ ସରକାର ନୂଆ ନିୟମ ଆଣିଛନ୍ତି। ଏହି ନିୟମ ଅନୁଯାୟୀ, ଜଣେ ବିବାହିତା ମହିଳାଙ୍କୁ ଘରେ 500 ଗ୍ରାମ ସୁନା ରଖିବାକୁ ଅନୁମତି ଦିଆଯାଇଛି।
ଘରେ କେତେ ସୁନା ରଖିପାରିବେ?
ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଅନୁଯାୟୀ, ଆପଣ ଘରେ ନିର୍ଦ୍ଧିଷ୍ଟ ପରିମାଣର ସୁନା ଘରେ ରଖିପାରିବେ। ଆପଣଙ୍କ ପାଖରେ କେତେ ପରିମାଣର ସୁନା ଅଛି ଓ ଏହାକୁ କେତେ ଟଙ୍କାରେ କିଣିଛନ୍ତି, ତାର ପ୍ରମାଣ ରଖିବା ଆବଶ୍ୟକ ।
କେତେ ପରିମାଣରେ ସୁନା ରଖି ପାରିବେ?
ଆୟକର ନିୟମ ଅନୁଯାୟୀ ଗୋଟିଏ ପରିବାରେ ଜଣେ ବିବାହିତା ମହିଳା ପାଖରେ ୫୦୦ ଗ୍ରାମ ସୁନା ରଖିପାରିବେ। ଜଣେ ଯୁବତୀ ନିଜ ପାଖରେ ୨୫୦ ଗ୍ରାମ ସୁନା ରଖିପାରିବେ ଓ ଜଣେ ପୁରୁଷ ମାତ୍ର ୧୦୦ ଗ୍ରାମ ସୁନା ରଖିବାକୁ ଅନୁମତି ଦିଆଯାଇଛି ।
ସୁନା ରଖିବା ଉପରେ ଟ୍ୟାକ୍ସ ଦେବାକୁ ପଡେ କି ?
ଘରେ ସୁନା ରଖିଲେ କୌଣସି ଟ୍ୟାକ୍ସ ଦେବାକୁ ପଡେ ନାହିଁ । କିନ୍ତୁ ସୁନା ବିକ୍ରୟ କଲେ ଏହା ଉପରେ ଟ୍ୟାକସ ଦେବାକୁ ପଡିବ ।
ତିନି ବର୍ଷ ପରେ ସୁନା ବିକ୍ରୟ କଲେ କେତେ ଟ୍ୟାକ୍ସ ଦେବାକୁ ପଡିବ ? ଯଦି ଆପଣ ସୁନା କିଣୁଛନ୍ତି ଓ ଏହାକୁ ୩ ବର୍ଷ ପରେ ବିକ୍ରି କରନ୍ତି ତେବେ ଲାଭ ଉପରେ ଏଲସିଜି ( Long-Term Capital Gains ) ଟ୍ୟାକ୍ସ ଲାଗିବ । ଏହାର ଦର ୨୦ ପ୍ରତିଶତ।