Sunstar TV :
ଆକାଶ ଛୁଆଁ ହେଲାଣି ପରିବାଦର । ଯାହାକୁ ଛୁଇଁବ ତା ଦର ଆକାଶଛୁଆଁ । ୫ଶହ ଟଙ୍କାରେ ବି ପୁରୁନି ବେଗ୍ । ପରିବା ଦର ବୃଦ୍ଧି ନେଇ ଏବେ ରୋଷେଇ ଘରେ ବି ପରିବା ଦିଶୁନି । ରୋଷେଇ ଘରୁ ଗାଏବ୍ ହୋଇଯାଇଛି ସବୁଜ ପରିବା । ଦର ଖସିବାର ନା ଧରୁନାହିଁ । ହଜାର ଟଙ୍କାରେ ବ୍ୟାଗ ଫୁଲ ହେଉନାହିଁ । ଏପରି ଅବସ୍ଥା ଉପୁଜିଛି ଯେ, ଗ୍ରାହକ ପନିପରିବା କିଣିବାକୁ ଡରିଲେଣି । ପନିପରିବା ଦର କ’ଣ ହେବ ଏବେଠୁ କହିବା ମୁସ୍କିଲ ।
କାହିଁକି ବଢୁଛି ଦର ?
ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ହୁ ହୁ ହୋଇ ବଢ଼ୁଥିବା ଦର ଗରିବ ଓ ମଧ୍ୟବିତ୍ତ ପରିବାରର ହାଣ୍ଡିଶାଳକୁ ବାଧୁଥିବା ନେଇ ଲୋକେ କହିଛନ୍ତି । କଞ୍ଚା ପନିପରିବା ଚାଷ କମିବା ଏବଂ ରାଜ୍ୟ ବାହାରୁ ପରିବା ଆସୁଥିବାରୁ ଅସାଧୁ ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ନେଇ ଆଲୋଚନା ହେଉଛି । ସେହିପରି ଚାଷ ପ୍ରତି ଗୁରୁତ୍ବ କମିବା କାରଣରୁ ଦର ବୃଦ୍ଧିର ଅନ୍ୟ କାରଣ ବୋଲି ବ୍ୟବସାୟୀ ଓ ଖାଉଟି କହିଥିବା ସୂଚନାରୁ ପ୍ରକାଶ । ପାଣିପାଗ ଓ କେନାଲ ପାଣି ଅଭାବ ଯୋଗୁଁ ପନିପରିବା ଚାଷ କମିବା କାରଣରୁ ଦର ବୃଦ୍ଧିର ଆଉ ଏକ କାରଣ ବୋଲି ବେପାରୀ ମତପ୍ରକାଶ କରିଛନ୍ତି ।
ଶ୍ରାବଣରେ କନ୍ଦାଇବ ପରିବା : ଆସନ୍ତା ୨୨ରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହି ମାସରେ ଅଧିକାଂଶ ଲୋକେ ଆମିଷ ଛାଡି ଦେଇଥାନ୍ତି । ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି । ଏଥିପାଇଁ ପରିବା ଦର ଅପେକ୍ଷାକୃତ ଟିକେ ବଢିଥାଏ । ଏପଟେ ଶ୍ରାବଣ ମାସ ଆସିବା ପୂର୍ବରୁ ଦର ଉଚ୍ଚା ରହିଥିବା ବେଳେ ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବଜାରରେ ଅଧିକାଂଶ ପରିବା ଦର 80 ଟଙ୍କା ଉପରେ । ବର୍ତ୍ତମାନ ପରିବା ଦର ଅଧିକା ଥିବା ବେଳେ ଆଗକୁ ଆହୁରି ବଢିବା ନେଇ ଲୋକେ ଆଶଙ୍କା କରିଛନ୍ତି ।