SunStarTV
ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି। ଆଡଭୋକେଟ୍ ଜେନେରାଲ ଭାବେ ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିଛନ୍ତି। କିନ୍ତୁ କିଏ ପୀତାମ୍ବର ଆଚାର୍ଯ୍ୟ କାହିଁକି ତାଙ୍କୁ ଏଭଳି ଗୁରୁଦାୟୀତ୍ବ ମିଳିଲା ଆସନ୍ତୁ ଜାଣିବା…
ପୀତାମ୍ବର ଆଚାର୍ଯ୍ୟ ଜଗତସିଂହପୁର ଜିଲ୍ଲା ଗଜରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ପରେ, ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ବିଜେବି କଲେଜ ଛାତ୍ର ସଂସଦ ସାଧାରଣ ସଂପାଦକ ଓ ସଭାପତି ସହିତ ୟୁନିଭରସିଟି ଲ’ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। କିଛି ବର୍ଷ ସାମ୍ବାଦିକତା ପରେ ପୂର୍ବତନ ଆଡଭୋକେଟ୍ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଗଙ୍ଗାଧର ରଥଙ୍କ ସହଯୋଗୀ ଭାବେ ୧୯୯୧ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ହାଇକୋର୍ଟ ଯାତ୍ରା ଆରମ୍ଭ କରିଥିଲେ। ମୁଖ୍ୟତଃ ସାମ୍ବିଧାନିକ, ଫୌଜଦାରୀ, ଦେୱାନୀ, ସମବାୟ, ଶିକ୍ଷା, ଜନପ୍ରତିନିଧି ଆଇନ ଭଳି ବିଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ଦକ୍ଷତାର ରଖୁଥିବା ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବହୁ ଜଟିଳ ମୋକଦ୍ଦମା ପରିଚାଳନା କରି ସୁନାମ ଅର୍ଜ୍ଜନ କରିଥିଲେ।
୨୦୧୧ରେ ସେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ। ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ମାମଲା, ପୁରୀର ବଗଲା ଧର୍ମଶାଳାର ବେଆଇନ ଆଲଟମେଣ୍ଟ, ଭଦ୍ରକରେ ରାମ ନବମୀ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା, ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମର ବୈଧତା ଆଦି ଗୁରୁତ୍ୱପୂର୍ଣ୍ଣ ମାମଲା ଓ PIL ଆଦି ପାଇଁ ସେ ବିଜେପି ପକ୍ଷରୁ ଲଢ଼ିଥିଲେ। ୨୦୧୭ରେ ସେ ବିଜେପିରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ଯାହା ଆଶା କରାଯାଉଥିଲା ବିଜେପି ତାଙ୍କ ନାମରେ ହିଁ ମୋହର ମାନିବ କାରଣ ଦଳ ପାଇଁ ତାଙ୍କ ଠାରୁ ଅଧିକ ବିଶ୍ବସ୍ଥ ଆଉ କେହିଁ ହୋଇ ପାରି ନଥାଆନ୍ତେ ।