Sunstar Tv
Health Tips: ଦୈନନ୍ଦିନ ଜୀବନରେ ପରିବର୍ତ୍ତିତ ଜୀବନଶୈଳୀରେ ସମସ୍ୟା । ଯାହା ଅନେକ ରୋଗର କାରଣ ହୋଇଥାଏ । ଅନ୍ୟ ରୋଗ ଅପେକ୍ଷା ମେରୁଦଣ୍ଡରେ ଯନ୍ତ୍ରଣା ହେବା ପ୍ରାୟତଃ ସ୍ଵାଭାବିକ ସମସ୍ୟା ଏକ ପ୍ରକାରର ସାଧାରଣ ରୋଗ ହେଇଗଲାଣି ।
ବୟସ ବଢ଼ିବା ସହିତ ଏହି ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ । କେବଳ ବୟସ ବଢିଲେ ହୁଏ ନାହିଁ ବରଂ ଛୋଟ ଛୋଟ ପିଲା ଏବଂ ଯୁବପିଢିଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଦେଖାଯାଉଛି ।
ଅଫିସ୍ ଚାକିରି ହେତୁ ସୁସ୍ଥ ଜୀବନର ନିୟମ ଭଙ୍ଗ କରୁଛନ୍ତି ଲୋକେ । ଏପରି ସମୟରେ ପିଲା ଠାରୁ ବଡ଼ ପ୍ରାୟତଃ ଅଧିକା ସମୟ ବସି ରହି କାମ କରିବା ଫଳରେ ମେରୁଦଣ୍ଡ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେଣୁ ଏହାର ନିରାକରଣ ସମ୍ପର୍କରେ ଅବଗତ ହେବା ସହିତ ଏହାକୁ ସତର୍କତାର ସହ ପରିଚାଳନା କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ତେବେ ମେରୁଦଣ୍ଡ ଜନିତ ସମସ୍ୟାର ନିରାକରଣ ପାଇଁ ଔଷଧ, ଫିଜିଓଥେରାପି ଏବଂ ବିଶେଷ ଭାବରେ ସର୍ଜରୀ ମାଧ୍ୟମରେ ଉପଚାର କରାଯାଏ ।
ଅନ୍ୟପଟେ ଏହି ସମସ୍ୟାର ନିରାକରଣ ନିଜ ଦ୍ଵାରା ହିଁ ସମ୍ଭବ ହୋଇପାରିଥାଏ । ସେଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ନିଜେ ନିଜର ମେରୁଦଣ୍ଡ ସୁରକ୍ଷିତ ରଖିପାରିବେ ।
ମେରୁଦଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଶାରିରୀକ ଅବସ୍ଥା, କାର୍ଯ୍ୟ କରିବାର ଦକ୍ଷତା, ଶରୀର ଓଜନ, ବ୍ୟାୟାମ ଏବଂ ସଠିକ ଓଜନ ଉଠାଇବା ଆଦି ପାଞ୍ଚଟି ଗୁରୁତ୍ଵପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରାଯାଇପାରେ । ଏହାଦ୍ଵାରା ମେରୁଦଣ୍ଡ ଯନ୍ତ୍ରଣାର ବିଭିନ୍ନ ଆଶଙ୍କାକୃତ ସମସ୍ୟାର ସଫଳ ନିରାକରଣ ସମ୍ଭବ ହୋଇଥାଏ ।
ଅଧିକ ସମୟ ବସି ରହିଲେ କ’ଣ ହେବ?
ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ଠାରୁ ଯୁବ ବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ଗୋଟିଏ ସମସ୍ୟା ଦେଖାଯାଉଛି । ଯାହା ହାଡ ଜନିତ ରୋଗ ଏବଂ ବର୍ତ୍ତମାନ ସମୟରେ ଦେଖାଯାଉଛି ତାହା ମେରୁଦଣ୍ଡ ଜନିତ ସମସ୍ୟା ତଥା ବ୍ୟାକ ପେନ। ଏହା ପାଇଁ ମୁଖ୍ୟ କାରଣ ହେଉଛି ଖରାପ ଜୀବନ ଶୈଳୀ ।
ଏପରିକି ଅଧିକ ସମୟ ଧରି ଲାପଟପ୍ ହେଉ ବା ସ୍କୁଲ ପିଲାଙ୍କୁ ଅଧିକ ବହି ବସ୍ତାନି ଦେବା ଆଦି ରୋଗ ଅଧିକ ମାତ୍ରାରେ ଦେଖାଯାଇଥାଏ । ଯେହେତୁ ଅଧିକ ସମୟ ଧରି ପିଲାମାନେ ବସି ରହୁଛନ୍ତି ତେଣୁ ପିଲାଙ୍କର ବ୍ୟାକ୍ ପେନ୍ ବୃଦ୍ଧି ପାଇଛି ।
ଏହା ସହ ଯେଉଁ ମାନେ ଅଫିସରେ ଅଧିକ ସମୟ ଧରି ବସୁଛନ୍ତି ସେମାନଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଉଛି । ବେକ, ପିଠି ଏବଂ ତଳ ପିଠିରେ ଯନ୍ତ୍ରଣା ହୋଇଥାଏ ।
ଶରୀର ଓଜନର ପ୍ରଭାବ
କେବଳ ଏତିକି ନୁହେଁ ଅଧିକ ସମୟ ବସିବା ଦ୍ୱାରା ଏହା ଓଜନ ମଧ୍ୟ ବଢାଇଥାଏ । ଫଳରେ ଶରୀରର ଓଜନ ମେରୁଦଣ୍ଡ ଉପରେ ଗୁରୁତର ପ୍ରଭାବରେ ପକାଇଥାଏ ।
କେବଳ ୧୦ ରୁ ୨୦ ଗୁଣା ଅଧିକ ଓଜନ ବୋହିନେବା ଦ୍ଵାରା ଆପଣଙ୍କ ମାଂସପେଶୀ ଉପରେ ଅଧିକ ଚାପ ପଡିବା ସହିତ ମେରୁଦଣ୍ଡର ସଂରଚନାରେ ମଧ୍ୟ ଚାପ ଅନୁଭୂତ ହୋଇଥାଏ । ମେରୁଦଣ୍ଡରେ ବିଶେଷ ଭାବରେ ଓଜନର ଚାପ୍ ପଡିଲେ ଏହା ପରବର୍ତ୍ତୀ ସମୟରେ ଅଧିକ ପ୍ରଭାବିତ କରାଇଥାଏ ।
ମେରୁଦଣ୍ଡର ସମ୍ମୁଖ ଭାଗର ଖଞ୍ଜାରେ ଓଷ୍ଟିଓଆଥ୍ରୋଇଟିସ୍ ଏବଂ ମେରୁଦଣ୍ଡ ଇଣ୍ଟରଭର୍ଟିବାଲ ଡିସ୍କ ଖସିଯିବା ଭଳି ଆଶଙ୍କା ସୃଷ୍ଟି କରିଥାଏ । ତେବେ ଏହାକୁ ଦୃଷ୍ଟିରେ ରଖି ଓଜନ ସମେତ ଉଚ୍ଚତା ଏବଂ ବୟସ ଅନୁସାରେ ନିୟନ୍ତ୍ରଣ କରିବା ଆବଶ୍ୟକ ଅଟେ । ଯଦି ଜଣେ ବ୍ୟକ୍ତିଙ୍କର ଓଜନ ଅଧିକ ରହିଛି ତେବେ ଏହି ଓଜନ ହ୍ରାସ କରି ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଠାରୁ ଦୂରେଇ ରହିବ ।
ବ୍ୟାକ ପେନର ପ୍ରତିକାର
ବିଶେଷ ଭାବରେ ଭଲ ଜୀବନଶୈଳୀ ଆପଣାଇ ରୋଗ ହେବା ପୂର୍ବରୁ ଏହାର ନିରାକରଣ କରାଯାଇପାରିବ । ଅଧିକ ସମୟ ବସି ରହିବାକୁ ଅଣଦେଖା କରନ୍ତୁ । ଏଥିସହ ଏହା କରନ୍ତୁ:-
ଅଧିକ ସମୟ ବସି ରହୁଥିଲେ ମଝିରେ ମଝିରେ ଷ୍ଟ୍ରେଚ ଆଉଟ୍ କରନ୍ତୁ ।
ଖେଳ କୁଦ ବ୍ୟାୟାମ କରନ୍ତୁ
ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଫଳରେ ଏହାକୁ ଦୂରେଇ ରହିଲେ ଏହା ହେବାର ସମ୍ଭାବନା କମ ରହିବ ।
ଜୀବନଶୈଳୀ ବିଶେଷ ଭାବରେ ପିଲା ସମୟରୁ ଆରମ୍ଭ କରିବା ଆବଶ୍ୟକ । ସମସ୍ତ ପିଲା ଅନେକ ସମୟରେ ଖେଳ କୁଦରେ ଲିପ୍ତ ରହିବା ଆବଶ୍ୟକ । ନିୟମିତ ବ୍ୟାୟାମର ଆବଶ୍ୟକତା