Sunstar TV :
ଭୁବନେଶ୍ବର : ସାରା ରାଜ୍ୟରେ ପାଳିତ ହୋଇଛି ପ୍ରିୟ ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଂଜନ କରିବା ପାଇଁ ରସଗୋଲା ଖୁଆଇବାର ବିଧି ରହିଛି । ଆଉ ଏହାକୁ ନେଇ ଏହି ଦିନକୁ ରସଗୋଲା ଦିବସ ପାଳନ କରାଯାଉଛି । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିଥାନ୍ତି କାଳିଆ ସାଆନ୍ତ । ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା କରାଯାଏ । ବର୍ଷ ବର୍ଷ ହେଲା ଚାଲି ଆସୁଛି ଏହି ପରମ୍ପରା । ଆଉ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଓଡ଼ିଶାର ପାରମ୍ପରିକ ମିଠା ହେଉଛି ରସଗୋଲା । ଘରେ ଘରେ ପର୍ବପର୍ବାଣୀରେ ଏହି ମିଠାର ବ୍ୟବହାର ହୁଏ । ଓଡ଼ିଶାର ରସଗୋଲାକୁ ଆହୁରି ପ୍ରସାର ପ୍ରଚାର କରିବା ପାଇଁ ରସଗୋଲା ଦିବସ ପାଳନ ହେଉଛି ।
୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ତେବେ ରସଗୋଲାକୁ ନେଇ ଓଡି଼ଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗିଥିଲା । ହେଲେ ଓଡ଼ିଶାରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହୋଇଆସୁଛି । ତେଣୁ ରସଗୋଲାର ଆରମ୍ଭ ଓଡିଶାରୁ ବୋଲି ଜଣାପଡିବା ପରେ ୨୦୧୬ ଜୁଲାଇ ୧୭ରୁ ରସଗୋଲା ଦିବସ ପାଳନ କରାଯାଉଛି ।
ବିଶ୍ୱାସ ରହିଛି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥାଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ନଇଥିବାରୁ ବଡଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ମନ୍ଦିର ଭିତରକୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ପାଇଁ ବାଟ ବନ୍ଦ କରିଦେଇଥାନ୍ତି ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ଭିତରକୁ ପ୍ରବେଶ ମିଳିବଥାଏ ।
କେବେଠାରୁ ଆରମ୍ଭ ହୋଇଛି ଏହି ରସଗୋଲା ଦିବସ ?
୨୦୧୫ ଜୁଲାଇ ୪ ତାରିଖ (ନିଳାଦ୍ରୀ ବିଜେ ଦିନ) ଏହା ପ୍ରଥମେ ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ରଥମେ ରସଗୋଲା ଦିବସକୁ ଗୁରୁତ୍ୱ ଦିଆଗଲା। ପରେ ପରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରସଗୋଲା ଦିବସ ପାଳନ ହେଲା । ଓଡ଼ିଶାର ପୁରୀ ସହରରେ ପ୍ରଥମେ ରସଗୋଲା ତିଆରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା କଟକର ସାଲେପୁର ଓ ଭୁବନେଶ୍ୱର ପାହଳ ଠାରେ ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ପ୍ରମାଣର ଅଭାବ ହେତୁ ରସଗୋଲା ବିଷୟରେ ସଠିକ ମସିହା ଲିପିବଦ୍ଧ ହୋଇପାରିନାହି । ଜଗନ୍ନାଥ ମନ୍ଦିରର ରୋଷଘରେ ତିଆରି ହେଉଥିଲା କ୍ଷୀରମୋହନ (ରସଗୋଲା) । ୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର କରିବାର ଯୋଜନା ହୋଇଥିଲା । ଯେଉଁଥିରେ ସୋସିଆଲ ମିଡ଼ିଆ ଏକ ଗୁରତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ।