Sunstar TV :
ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ପରେ ବିଶ୍ବବ୍ୟାପୀ ବ୍ୟାଙ୍କଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ଠପ୍ ହୋଇଛି। ଅନେକ ଓ୍ବିଣ୍ଡୋଜ୍ ୟୁଜରଙ୍କୁ ବ୍ଲୁ ସ୍କ୍ରିନ୍ ଅଫ ଡେଥ ଏରର ନଜର ଆସିଛି । ଓ୍ବିଣ୍ଡୋଜ୍ ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି । କେବଳ ବ୍ୟାଙ୍କିଙ୍ଗ କିମ୍ବା ଏୟାରଲାଇନ୍ସ ନୁହେଁ ଓ୍ବିଣ୍ଡୋ ବ୍ୟବହୃତ ଅନେକ କମ୍ପାନି କାର୍ଯ୍ୟ ବାଧିତ ହୋଇଛି । ଆମେରିକାର ଜରୁରୀ ସେବା ୯୧୧ ମଧ୍ୟ ଠପ ହୋଇଥିବା ଜଣାପଡ଼ିଛି । ବ୍ରିଟେନ୍ରେ ସ୍କାଏ ନ୍ୟୁଜ୍କୁ ଅଫ ଏୟାର କରିବାକୁ ପଡ଼ିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲୋକେ ଓ୍ବିଣ୍ଡୋ କ୍ରାସ ହୋଇଥିବାର ଫଟୋ ଭିଡିଓ ସୟାର କରିଛନ୍ତି ।
ଭାରତରେ ବିମାନ ସେବା ଦେଉଥିବା ୩ଟି ଏୟାରଲାଇନ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଆକାଶ ଏୟାର ଏବଂ ସ୍ପାଇସ ଜେଟକୁ ବହୁ ଏୟାରପୋର୍ଟରେ ଚେକ ଇନ୍ କରାଇବାରେ ଅସୁବିଧା ହୋଇଛି । ତେଣୁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସମେତ ଦେଶର ଅନେକ ଏୟାରପୋର୍ଟରେ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆକାଣ ଏୟାର ଯାତ୍ରୀଙ୍କୁ ମ୍ୟାନୁଆଲ ଚେକ-ଇନ ଏବଂ ବୋର୍ଡିଂ ସୁବିଧା ଉପଲବ୍ଧ କରାଇଛି ।