SunStarTV
ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ । ଚଳିତବର୍ଷ ୫୦ ସିଟରେ ହେବ ନାମଲେଖା । ଯାହାକୁ ନେଇ ସୋସିଆଲ ମିଡିଆରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ ।
ଜାତୀୟ ମେଡିକାଲ କମିଶନ ୫୦ ସିଟକୁ ମଞ୍ଜୁରୀ ଦେଇଛନ୍ତି । ଯାଜପୁର ମେଡିକାଲ କଲେଜ ପାଇଁ ବିଜେଡି ସରକାର ଅନେକ ଉଦ୍ୟମ ଆଉ ପ୍ରୟାସ କରୁଥିଲା । ତେବେ ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତା ବୋଲି କହିଛନ୍ତି ନବୀନ ।
Congratulations to the people of Jajpur as National Medical Commission (@NMC_IND) has approved 50 MBBS seats for #Jajpur Medical College. It’s a dream come true for the district. It has been our sustained endeavour to open medical colleges in the districts to expand medical… pic.twitter.com/t0hV7zCb4w
— Naveen Patnaik (@Naveen_Odisha) July 18, 2024
ଅନ୍ୟ ନୂଆ ମେଡିକାଲ କଲେଜ ପରି ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିବା କଥା । ତେବେ କେନ୍ଦ୍ର ସରକାର ସିଟ୍ ସଂଖ୍ୟା ୧୦୦କୁ ବଢାଇବେ ବୋଲି ଆଶା ରଖିଛୁ ବୋଲି ନିଜ ପୋଷ୍ଟରେ କହିଛନ୍ତି ନବୀନ ।