Sunstar TV :
ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ମୌସୁମୀ ଅଧିବେଶନ ଅଗଷ୍ଟ ୧୨ ପର୍ୟ୍ୟନ୍ତ ଚାଲିବ । ଏହାପରେ ୨୩ ତାରିଖରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବ । ତେଣୁ ଆଜି ହେବାକୁ ଥିବା କ୍ୟାବିନେଟ ବୈଠକରେ ବଜେଟକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।
ସେହିପରି ବିରୋଧୀ ଦଳ ନେତା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବେ । ଏଥି ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯିବ । ଆସନ୍ତା ୨୧ ତାରିଖ ଦିନ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଗତ ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏବେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ଆସିବ ବଜେଟ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିବ ।