Sunstar TV :
ଜନ୍ମ ନେଇଛି ଅଦ୍ଭୁତ ଶିଶୁ । ଦେହରେ ରହିଛି ଲାଞ୍ଜ । ବୟସ ସହ ବଢୁଛି ଲାଞ୍ଜ । ହଁ ଆଜ୍ଞା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ଅନେକ ସମୟରେ ଆପଣ ଭିନ୍ନ ଧରଣର ଶିଶୁ ଜନ୍ମ ହୋଇଥିବାର ଶୁଣିଥିବେ । ହେଲେ କେବେ ଶୁଣିଛନ୍ି ଲାଞ୍ଜ ଥିବା ଜନ୍ମିତ ଶିଶୁ । ଏମିତି ଏକ ଶିଶୁ ତେଲେଙ୍ଗାନାରେ ଜନ୍ମ ନେଇଛି । ଯାହାର ଲାଞ୍ଜକୁ ଡାକ୍ତର ସଫଳତାର ସହିତ ସର୍ଜରୀ କରି ଶରୀର ଠାରୁ ଅଲଗା କରିଛନ୍ତି । ସୂଚନାନୁସାରେ ୨୦୨୩ ଅକ୍ଟୋବରରେ ଜଣେ ମହିଳା ଲାଞ୍ଜ ଥିବା ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
ବୟସ ବଢିବା ସାଙ୍ଗକୁ ଶିଶୁର ଲାଞ୍ଜ ମଧ୍ୟ ବଢୁଥିଲା । ଯେତେବେଳେ ଶିଶୁକୁ ୩ ମାସ ହେଲା, ସେତେବେଳେ ଲାଞ୍ଜର ଲମ୍ବ ୧୫ ସେମି ହୋଇଥିଲା । ଏହାକୁ ଦେଖି ପିତାମାତା ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ । ଏପରି ଅସାଧାରଣ ଶିଶୁକୁ ନେଇ ଦମ୍ପତି ୟାଦଦ୍ରି ଭୁବନଗିରି ଜିଲ୍ଲାର ବିବିନଗର ସ୍ଥିତ ଏମ୍ସ ହସ୍ପିଟାଲକୁ ଆଣିଥିଲେ । ଏମ୍ସର ଏକ ଡାକ୍ତରୀ ଟିମ ଶିଶୁର ଶରୀରରୁ ଲାଞ୍ଜକୁ ସର୍ଜରୀ ଦ୍ବାରା ଅଲଗା କରିଛନ୍ତି ।ଏହି ଅସ୍ତ୍ରୋପଚାର ପାଇଁ ଅଢେଇ ଘଣ୍ଟା ସମୟ ଲାଗିଥିଲା । ଏବେ ଶିଶୁକୁ ୬ ମାସ ହୋଇଥିବା ବେଳେ ସେପରି କୌଣସି ସ୍ନାୟୁଗତ ସମସ୍ୟା ଦେଖିବାକୁ ମିଳିନାହିଁ ବୋଲି ଏମ୍ସର ମୁଖପାତ୍ର କହିଛନ୍ତି ।