Sunstar Tv
Train Accident: ଉତ୍ତରପ୍ରଦେଶ ଗୋଣ୍ଡାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଚଣ୍ଡିଗଡ଼ରୁ ଡିବ୍ରୁଗଡ଼ ଯାଉଥିଲା ଟ୍ରେନ। ଏହି ସମୟରେ ଗୋଣ୍ଡା ନିକଟରେ ୧୦ ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ଅନେକ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି ।
ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ବର୍ତ୍ତମାନସୁଦ୍ଧା 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଏନେଇ ରେଳବାଇ ନମ୍ବର ହେଲପ ଲାଇନ ନମ୍ବର (୮୯୫୭୪୦୦୯୬୫) ଜାରି କରିଛି । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଜରୁରୀ ବୈଠକ ଡାକିଥିବା ଜଣାପଡ଼ିଛି । ସେପଟେ ଘଟଣାସ୍ଥଳ ଅଭିମୁଖେ ବାହାରିଲେ SDRFର ୪ଟି ଟିମ୍ ।