SunStarTV
ଯୋଗୀ ଓ ମୌର୍ଯ୍ୟଙ୍କ ଭିତରେ ବିବାଦ ଭିତରେ ଆଜି ଅଖିଲେଶ ବିଜେପିକୁ କଟାକ୍ଷ କରି ଦେଇଛନ୍ତି ମୌସୁମୀ ଅଫର ।
ବିଜେପିରେ ରାଜନୈତିକ ଆଲୋଚନା ମଧ୍ୟରେ ଏସପି ମୁଖିଆ ଅଖିଳେଶ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୋଟିଏ ଦମଦାର ଅଫର ବିଷୟରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ ଗୋଟିଏ ଦମଦାର ମୌସୁମୀ ଅଫର ହେଉଛି – ଶହେ ଆଣି ସରକାର ଗଠନ କରନ୍ତୁ।
ରାଜନୈତିକ ସୂତ୍ର ଅନୁଯାୟୀ, ଯଦି ବିଜେପିର କୌଣସି ନେତା ଶହେ ବିଧାୟକଙ୍କ ସମର୍ଥନ ସଂଗ୍ରହ କରନ୍ତି ତେବେ ଏସପି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିପାରିବେ।
ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଡେପୁଟି କେଶବ ମୌର୍ଯ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଲେଶ ଯାଦବ ବଡ଼ ବୟାନ ଦେଇଛନ୍ତି। ସେ ବିଜେପିକୁ କହିଛନ୍ତି, “ମୌସୁମୀ ଅଫର: ୧୦୦ ଆଣ, ସରକାର ଗଠନ କର।”
ଦିଲ୍ଲୀରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏପରି ବୟାନ ଦେଇଥିଲେ। ତେବେ ଉକ୍ତ ବୈଠକ ସମ୍ପର୍କରେ ମୌର୍ଯ୍ୟ କିମ୍ବା ବିଜେପି ପକ୍ଷରୁ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ।
ଚର୍ଚ୍ଚା ହେଉଛି ଯେ କାର୍ଯ୍ୟକାରିଣୀ ବୈଠକରେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଏକାଧିକ ବିଜେପି ନେତାଙ୍କ ସମେତ ଅନେକ ଦଳୀୟ ନେତା ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟ କରିବା ଶୈଳୀକୁ ବିରୋଧ କରିଥିଲେ।