Sunstar TV :
ଆଇଏଏସ ପୂଜା ଖେଡକରଙ୍କ ଉପରେ କଡା ଆକ୍ସନ । ଲି ହାତରୁ ଚାଲିଯାଇପାରେ ଚାକିରୀ । ଟ୍ରେନିଂକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । ଏପରିକି ଆଇଏସ ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ମଧ୍ୟ ସ୍ଥଗିତ ରଖିଛନ୍ତି ମସୌରୀ ଆଇଏଏସ୍ ଏକାଡେମୀ । ତୁରନ୍ତ ମସୁରୀ କ୍ୟାମ୍ପକୁ ଫେରି ଆସିବାକୁ ନିର୍ଦ୍ଦେଶ ମିଳିଛି । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ କୁହାଯାଇଛି ।
ମହାରାଷ୍ଟ୍ର ପୁଣେର ଟ୍ରେନି ଓଇଝ ଅଧିକାରୀ ହେଉଛନ୍ତି ପୂଜା ଖେଡକର । ପୂଜାଙ୍କ ବିରୋଧରେ ରହିଛି ଏକାଧିକ ଅନିୟମିତତା ଅଭିଯୋଗ । ଦାମୀ ଗାଡ଼ିର ଫ୍ୟାନସି ନମ୍ବର, ନାଲି ବତି, ପ୍ରାଇଭେଟ୍ ଚାମ୍ବର ମାଗିଥିଲେ ବୋଲି ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ।
କେନ୍ଦ୍ର ଲୋକସେବା ଆୟୋଗ (UPSC) ପରୀକ୍ଷା ପାଇଁ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରି ନିଜକୁ ‘ଗରିବବର୍ଗ’ ବୋଲି ଦର୍ଶାଇଥିବା ଜଣାଯିବା ପରେ ପୂଜାଙ୍କ ନାମରେ ସଂରକ୍ଷଣ ନିମନ୍ତେ ଦାଖଲ ହୋଇଛି । ଯାହା ଫଳରେ ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି ଅଭିଯୋଗର ତଦନ୍ତ ଜାରି ରହିଛି । ପୂର୍ବରୁ MBBS ନିମନ୍ତେ ମଧ୍ୟ ପୂଜା ନିଜକୁ ଗରିବ ଦର୍ଶାଇ ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି । ତେବେ ଏଭଳି ମିଥ୍ୟା ପ୍ରମାଣ ପତ୍ର ଦାଖଲ କରିଥିବାରୁ ଏବେ ହରଡଗଣାରେ ପଡିଛନ୍ତି ପୂଜା ଖେଡକର ।