Sunstar Tv
Government Office Weekly Off: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପ୍ରତ୍ୟକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର କର୍ମଚାରୀଙ୍କୁ ମିଳିବ ଛୁଟି।
କର୍ମଚାରୀମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ଏନେଇ ସିକ୍କିମ୍ ସରକାର ଗୁରୁବାର ଦିନ ଏକ ସର୍କୁଲାର୍ ଜାରି କରିଛନ୍ତି। ଜାରି ହୋଇଥିବା ଏହି ସର୍କୁଲାରରେ ସରକାର କହିଛନ୍ତି ଯେ,କର୍ମଚାରୀମାନଙ୍କୁ ବିଶ୍ରାମ ପାଇଁ ଏହା ଅତିରିକ୍ତ ସମୟ। ଯାହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଜରୁରୀ।
ସରକାର ମଧ୍ୟ ନିଜ କର୍ମଚାରୀମାନଙ୍କୁ ସକାଳ ୧୦ ଟାରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବା ସମୟକୁ କଡାକଡି ପାଳନ କରିବାକୁ କହିଛନ୍ତି।
ଜାରି ହୋଇଥିବା ସର୍କୁଲରାରେ ଏହା ମଧ୍ୟ କୁହାଯାଇଛି ଯେ, ‘ଯେ ବହୁ ସରକାରୀ କର୍ମଚାରୀ ସକାଳେ ଅଫିସକୁ ଆସନ୍ତି ଏବଂ (ଡ୍ୟୁଟି ଆଓ୍ବାର) ନିର୍ଦ୍ଧାରିତ ସମୟ ପୂର୍ବରୁ ଅଫିସ୍ ଛାଡିଥାନ୍ତି।
ଯାହା ବିକାଶ ଓ ଅର୍ଥନୀତିକୁ ପ୍ରଭାବିତ କରୁଛି। ଫଳରେ ସାଧାରଣ ଲୋକଟିଏ କୌଣସି ଏକ କାର୍ଯ୍ୟ ପାଇଁ ସରକାରୀ ଅଫିସକୁ ଆସୁଥିବା ସମୟରେ କର୍ମଚାରୀ ଉପସ୍ଥିତ ରହୁ ନାହାଁନ୍ତି । ଫଳରେ ସେମାନଙ୍କ କାର୍ଯ୍ଯ ହୋଇପାରୁ ନାହିଁ।
ଯାହାଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି ଯେ, ସରକାରୀ କର୍ମଚାରୀମାନେ ସକାଳ ୧୦ ଟା ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିବା ଉଚିତ୍।
ଅପରାହ୍ନ ୪ଟା ୩୦ ପୂର୍ବରୁ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ। ଯଦି କୌଣସି କର୍ମଚାରୀ ୧୦ଟା ୩୦ ପରେ କାର୍ଯ୍ୟାଳୟରେ ପହଞ୍ଚନ୍ତି ।
୪ଟା ୩୦ ପୂର୍ବରୁ ଅଫିସ୍ ଛାଡନ୍ତି । ତେବେ, ତାଙ୍କ ଦିନର ଅଧାକୁ କାଜୁଆଲ୍ ଛୁଟି ଭାବରେ ଗ୍ରହଣ କରାଯିବ । କର୍ମଚାରୀଙ୍କ ଉପସ୍ଥାନର ରେକର୍ଡ଼ ମଧ୍ୟ ଯାଞ୍ଚ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ ମଧ୍ୟ ସର୍କୁଲାର କୁହାଯାଇଛି ।