Sunstar TV :
ପୁଣି ବିଶ୍ୱବିଜୟୀ ହେଲା ଟିମ୍ ଇଣ୍ଡିଆ । ଅବସରପ୍ରାପ୍ତ କ୍ରିକେଟରଙ୍କୁ ନେଇ ଚାଲିଥିବା ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍ରେ ଚମ୍ପିଆନ ହେଲା ଟିମ୍ ଇଣ୍ଡିଆ । ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟ୍ରଫି ହାତେଇଛି ଭାରତ । ୫ ଓ୍ବିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି ୟୁବରାଜ ସିଂଙ୍କ ନେତୃତ୍ବାଧିନ ମେନ ଇନ ବ୍ଲୁ ।
ଅମ୍ବାତି ରାଇଡୁ ଧୂଆଁଧାର ଅର୍ଦ୍ଧଶତକ ନେଇଥିବାବେଳେ ଅନୁରିତ ସିଂହ ଘାତକ ବୋଲିଂ କରି ସର୍ବାଧିକ ୩ ଟି ଓ୍ବିକେଟ ନେଇଥିଲେ । ଶନିବାର ଏଜବାଷ୍ଟନରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୟୁନିସ ଖାନଙ୍କ ଦଳ ।
ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ମାତ୍ର ୧୫୬ ରନ କରିଥିଲା । ସୋଏବ ମଲ୍ଲିକ ସର୍ବାଧିକ ୪୧ ରନ କରିଥିବା ବେଳେ କମରନ ଆକମଲ ୨୪, ମିସବା ଉଲ ହକ ୧୮, ସୋହେଲ ଅପରାଜିତ ୧୯ ଓ ଶାହୀଦ ଆଫ୍ରିଦ ଅପରାଜିତ ୪ ରନ କରିଥିଲେ । ଟିମ୍ ଇଣ୍ଡର ଅନୁରିତ ସିଂ ଘାତକ ବୋଲିଂ କରି ୩ଟି ଓ୍ବିକେଟ ନେଇଥିବା ବେଳେ ବିନୟ କୁମାର, ଇର୍ଫାନ ପଠାନ ଓ ପଓ୍ବନ ନେଗୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନାନୁସାରେ ଚଳିତ ଥର ପ୍ରଥମ ଥର ପାଇଁ ଅବସରପ୍ରାପ୍ତ କ୍ରିକେଟର୍ସଙ୍କୁ ନେଇ ଇଂଲଣ୍ଡରେ ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍ ଆରମ୍ଭ ହୋଇଥିଲା । ଏକ ମାସ ଖେଳ ଚାଲିବା ପରେ ଗତକାଲି ଶେଷ ହୋଇଛି । ପ୍ରଥମ ସିଜିନରେ ହିଁ ଭାରତ ବିଜୟୀ ହୋଇଛି । ୬ଟି ଦଳ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।