SunstarTV
୧୪ ତାରିଖ ଅର୍ଥାତ୍ ରବିବାର ଖୋଲିପାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ତେବେ ଏହା କେମିତି ଖୋଲିବ, କିଏ କିଏ ଏଡି ସମୟରେ ଉପସ୍ଥିତ ରହିବେ, କିଏ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବେ ଏନେଇ ଆଜି ଆସିବା ଏସଓପି(SOP) । ଯାହାକୁ ନେଇ ଆଜି ସୁଦ୍ଧା ଏସଓପି ଦିଆଯିବା ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ଚୌହାନ । ଏନେଇ ମନ୍ତ୍ରୀ କହିଥିଲେ, ରତ୍ନ ଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର ବା ଏସଓପି ଉପରେ ଆଜିସୁଦ୍ଧା ନିଷ୍ପତ୍ତି ନେବେ ସରକାର ଓ ତାହା ଲୋକଙ୍କୁ ଜଣାଯିବ ।
ରତ୍ନ ଭଣ୍ଡାର ଯାଞ୍ଚ କମିଟି ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷକତାରେ ବସୁଛି। ସରକାରଙ୍କ ଅନୁମତି କ୍ରମେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଯାଞ୍ଚ କମିଟି ଅଧ୍ୟକ୍ଷ କରିଥିଲେ।
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ମୋଡିଲିଟି କମିଟି ଦେଇଥିବା ପ୍ରସ୍ତାବ ଓ ପରିଚାଳନା କମିଟି ଦେଇଥିବା ସୁପାରିସ ଉପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି କାର୍ଯ୍ୟ ଆଗକୁ ବଢିବ ।
ଏହା ସହିତ ରବିବାର ଦିନ ୧୦ଟାରେ ବୈଠକ ହେବ। ପ୍ରଥମେ ଚାବି ରଖାଯିବ। ଏହାପରେ ଲୋକନାଥ ମହାପ୍ରଭୁଙ୍କୁ ପୂଜା କରାଯିବ। ଏଥିପାଇଁ ସମସ୍ତ ସଦସ୍ୟ ସାତ୍ତ୍ବିକ ଆହାର ଗ୍ରହଣ କରୁଛନ୍ତି । ଏହାସହିତ ପାରମ୍ପରିକ ବସ୍ତ୍ର ମଧ୍ୟ ପରିଧାନ କରି ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ । ୨୦ଜଣିଆ ସଦସ୍ୟଙ୍କ ସହ ଅନ୍ୟକିଛି ଲୋକ ଯିବାନେଇ ସୂଚନା ମିଳିଛି। ସମସ୍ତଙ୍କୁ ଚୟନ କରାଯିବ। ୩ଟି ଚାବି ଆସିବା ପରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯିବ।