SunstarTV
କେନ୍ଦ୍ରର ମୋଦୀ ସରକାର ଜାମ୍ମୁ କାଶ୍ମୀରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ସରକାର ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କ୍ଷମତା ବୃଦ୍ଧି କରିଛନ୍ତି। ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ ର ଧାରା ୫୫ ଅନୁଯାୟୀ ସରକାର ସଂଶୋଧନ କରିଛନ୍ତି। ଏହା ପରେ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପାଖରେ ପୋଲିସ୍ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ଭଳି ଅନେକ କ୍ଷମତା ରହିବ।
ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତୁ ବୁଝିବା ଏହି ସଂଶୋଧନ ସହିତ କ’ଣ ପରିବର୍ତ୍ତନ ହେବ ଏବଂ ଦିଲ୍ଲୀ ଭଳି ଜାମ୍ମୁ କାଶ୍ମୀରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ହେବ କି ନାହିଁ।
ରାଜ୍ୟପାଳଙ୍କୁ ନୂତନ କ୍ଷମତା ଦେବା ପରେ ଜାମ୍ମୁ କାଶ୍ମୀରରେ ଦିଲ୍ଲୀ ଭଳି ବ୍ୟବସ୍ଥା ହୋଇପାରେ। ଦିଲ୍ଲୀରେ ମଧ୍ୟ ଅଧିକାରୀଙ୍କ ସ୍ଥାନାନ୍ତର ଅଧିକାରକୁ ନେଇ କେଜ୍ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଯଥା LG ମଧ୍ୟରେ ତିକ୍ତତା ରହିଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଉପରେ ରହିଛି। ଏଣିକି ଦିଲ୍ଲୀ ଭଳି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ମିଳିବ। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଭଳି ପ୍ରଶାସନିକ କ୍ଷମତା ମିଳିବ। ଜାମ୍ମୁ-କାଶ୍ମୀରରେ ବି ଉପରାଜ୍ୟପାଳଙ୍କ ବିନା ଅନୁମତିରେ ସରକାର ଅଧିକାରୀ ଏବଂ କର୍ମଚାରୀମାନଙ୍କର ବଦଳି ଓ ନିଯୁକ୍ତି କରିପାରିବେ ନାହିଁ।
ମିଳିଥିବା ସୂଚନା ଅନୁସାରେ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ଲାଗି ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମରେ ସଂଶୋଧନ କରିଛନ୍ତି।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀର ପୁନର୍ଗଠନ ହେବା ପରଠାରୁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଯେବେଠାରୁ ନିର୍ବାଚନ ହେବ ସେବେଠାରୁ ସରକାର ଗଠନ ହେବ। ମାତ୍ର ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କ ନିକଟରେ ଅଧିକ କ୍ଷମତା ରହିବ। ଦିଲ୍ଲୀରେ ଉପରାଜ୍ୟପାଳଙ୍କ କ୍ଷମତା ଯେପରି ରହିଛି ସେଠାରେ ବି ସେମିତି କ୍ଷମତା ରହିବ।