SunstarTV
ଜୁଲାଇ ୧୨ ତାରିଖ ପାଇଁ ସମସ୍ତ ଜିଲ୍ଲାରେ ସ୍ବାଭାବିକ୍ରୁ ସାମାନ୍ୟ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ସାରା ଓଡ଼ିଶା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସାମାନ୍ୟ ବର୍ଷା ହେବାନେଇ ପୂର୍ବାନୂମାନ କରାଯାଉଛି ଥିବା ବେଳେ ୧୩, ୧୪ ଓ ୧୫ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି ।
ଏହି ସମୟ ମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ବର୍ଷା ହେବାକୁ ଥିବା ବେଳେ ଗଞ୍ଜାମ, ଗଜପତି ଓ ସୋନପୁରରେ ମଧ୍ୟ ମଧ୍ୟମ ପରିମାଣରେ ବର୍ଷା ହୋଇପାରେ।
୧୧ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ବେଳେ ଅନ୍ୟ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ତେବେ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ଓ ଗୋଟିଏ ଦୁଇଟିରେ ଭାରି ବର୍ଷା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ୧୫ ଓ ୧୬ରେ ପୂର୍ବ ପଶ୍ଚିମ ଟ୍ରଫ୍ ସୃଷ୍ଟି ହୋଇ ତା’ର ପୂର୍ବଭାଗ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିବା ଓ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା କାରଣରୁ ସେହି ଦିନଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ଆକଳନ କରିଛନ୍ତି।