SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୈବାହିକ ଜୀବନକୁ ନେଇ ଅନେକେ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଉଭୟ ପରସ୍ପର ଠାରୁ ଛାଡପତ୍ର ନେବେ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଏହାରି ଭିତରେ ନତାଶାଙ୍କ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ଏହି କଥାକୁ ଆହୁରି ଅଧିକ ଖୋରାକ ଯୋଗାଉଛି । ତେବେ ନିକଟରେ ଅଭିନେତେରୀ ନତଶା ତାଙ୍କ ନିର୍ବନ୍ଧ ମୁଦି ହାତରୁ ଖୋଲି ଦେଇଥିବା ମଧ୍ୟ ଦଖିବକୁ ମିଳିଥିଲା । ଯାହାକୁ ନେଇ ପ୍ରଶଂସକମାନେ ନତାଶାଙ୍କୁ ଅନେକ ପ୍ରଶ୍ନ କରିବା ସହ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ । ତୋବୋ ଏହି ସବୁ ଘଟଣାପରେ ଶେଷରେ ଆଜି ନିଜ ବ୍ୟକ୍ତିଗତ ଏବଂ ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି ନତାଶା ।
ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଗତ କିଛିମାସ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ନତାଶା ଉଭୟଙ୍କ ଛାଡପତ୍ର ଦେବେ ବୋଲି କଥା ଉଠୁଛି । ଏପରିକିଛାଡପତ୍ର ହେଲେ ନତାଶା ହାର୍ଦ୍ଦିକଙ୍କ ୭୦ ପ୍ରତିଶତ ସମ୍ପତ୍ତି ନେଇପାରିବେ। ବର୍ତ୍ତମାନ ଶେଷରେ ନତାଶା ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି।
ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସମ୍ପୂର୍ଣ୍ଣ ସୂଚନା ନ ପାଇବା ପର୍ଯ୍ୟନ୍ତ କାହାର ଚରିତ୍ର ଉପରେ ପ୍ରଶ୍ନ ନ କରିବାକୁ ଅନୁରୋଧ କରୁଛନ୍ତି ।
ଭାଇରାଲ ଭିଡିଓରେ ନତାଶା କହିଛନ୍ତି, ମୁଁ ବସି କଫି ଉପଭୋଗ କରୁଥିଲି ଯେତେବେଳେ ମୋ ମନକୁ ଏକ ଚିନ୍ତା ଆସିଲା କି ଲୋକମାନେ କାହାର ଚରିତ୍ରକୁ ଶୀଘ୍ର ବିଚାର କରିଦିଅନ୍ତି। ଯଦି ଜଣେ ବ୍ୟକ୍ତି ଭିନ୍ନ ଆଚରଣ କରୁଛନ୍ତି ତେବେ ଲୋକମାନେ ତାଙ୍କ ପ୍ରତି କୌଣସି ସହାନୁଭୂତି ନ ଦେଖାଇ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଦେଖାନ୍ତି। ସେମାନେ ଜାଣି ନାହାଁନ୍ତି କ’ଣ ହୋଇଛି ଏବଂ ଏହା ପଛରେ ପୂରା କାହାଣୀ କ’ଣ? ଦୟାକରି କାହାର ଚରିତ୍ରକୁ ଏତେ ଶୀଘ୍ର ବିଚାର କରନ୍ତୁ ନାହିଁ, କିଛି ସହାନୁଭୂତି ଦେଖାନ୍ତୁ ଏବଂ ଧୌର୍ଯ୍ୟ ମଧ୍ୟ ରଖନ୍ତୁ।
ତେବେ ନତାଶାଙ୍କ ଏହି ଭିଡିିଓ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ୟୁଜର୍ସ ନତାଶାଙ୍କୁ ଆକ୍ଷେପ କରିଥିବା ଆଉ କିଛି ଜଣ ପୁଣି ଥରେ ତାଙ୍କ ଭିଡିକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ତେବେ ନତାଶା ଏହି ଭାଇରାଲ ଭିଡିଓରେ ନିଜ ଛାଡପତ୍ର ସମ୍ପର୍କରେ କିଛି ବି ସୂଚନା ଦେଇ ନାହାନ୍ତି । କିମ୍ବା ସେମନେ ଏକାଠି ରହିବେ କି ନାହିଁ ମଧ୍ୟ ସ୍ପଷ୍ଟ କରି ନାହାନ୍ତି । ଯାହାକୁ ନେଇ ପୁଣି ଚର୍ଚ୍ଚା ବଢିଛି ।
Hardik Pandya’s wife finally breaks her silence on divorce rumors. 🤯
Guys, please watch before it gets deleted. 🙌#HardikPandya #NatasaStankovic pic.twitter.com/1QaPy7R9n8
— Sann (@san_x_m) July 10, 2024