SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଆଜି ଶେଷ ହୋଇଛି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ଯେଉଁଥିରେ ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସାଧାରଣ ଜତାଙ୍କ ମତାମତକୁ ଆଖି ଆଗରେ ରଖି ଏହି ବଜେଟ୍ ତିଆରି କରାଯାଇଛି । ଆମର ବଜେଟ ବାସ୍ତବିକ ଲୋକଙ୍କର ବଜେଟ ହୋଇ ଉପସ୍ଥାପନ ହୋଇପାରିବ । ସମସ୍ତଙ୍କର ଆଶାକୁ ପ୍ରତିଫଳିତ କରିପାରିବ ସେଥିପାଇଁ ଏ ଉଦ୍ୟମ ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଆର୍ଥିକ ବଜେଟ୍ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ । ଯାହାକି ଲୋକଙ୍କୁ ସୁହଇଲା ପରି ହେବ । ଏନେଇ ଅନଲାଇନ୍ ମଧ୍ୟମରେ ଲୋକଙ୍କ ମତାମତ ମଧ୍ୟ ଲୋଡା ଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକ ନିଜର ମତାମତ ଦେବା ସହ ଏହା ଏକ ସକରାତ୍ମକ ଦିଗ ପ୍ରତି ଇଙ୍ଗିତ କରୁଛି । କାରଣ ସମସ୍ତେ ଅଦି ସୁଖଦ ଭାବରେ ନିଜର ମତାମତ ଦେଇଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୬ ଗୁଣ ଅଧିକ ରହିଛି । ଏହା ବ୍ୟତୀତ ଆଜି ମଧ୍ୟ ଏହି ପ୍ରି ବଜେଟ ବୈଠକରେ ପାଖାପାଖି ୨୧୫୦ ରୁ ଅଧିକ ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି ।
ତେବେ ଏହି ପ୍ରି ବଜେଟ ବୈଠକରେ ସମାଜର ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହିବା ସହ ଏହାକୁ ସମଥର୍ନ କରିଥିବା ଜଣାପଡୁଛି । ସେମାନଙ୍କ ମଧଅୟରୁ ୨୬ ଜଣ ଅତି ମୂଲ୍ୟବାନ ମତାମତ ଦେଇଛନ୍ତି । ସେମାନେ ଏହାକୁ ଲିଖିତ ଆକାରରେ ମଧ୍ୟ ଦେଇଛନ୍ତି । ତେବେ ଏହି ୨୬ ଜଣଙ୍କ ମତାମତକୁ ଆଉ ପ୍ରସ୍ତାବକୁ ଆମ ବିଭାଗ ତରଫରୁ ଲିପିବଦ୍ଧ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।