SunstarTV
ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ ତାଙ୍କ ନିର୍ବାଚନମଣ୍ଡଳୀବାସୀଙ୍କ ପାଇଁ ଏକ ନୂତନ ସର୍ତ୍ତ ଲାଗୁକରିଛନ୍ତି । ଯାହାକୁ ନେଇ ଏବେ ଅଡୁଆ ବଢ଼ିବାରେ ଲାଗିଛି । ସେ ଘୋଷଣା କରିଛନ୍ତି ଯେ ତାଙ୍କୁ ଭେଟିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆଧାର କାର୍ଡ ଆଣିବାକୁ ହେବ ଏବଂ କାଗଜରେ ତାଙ୍କର ସାକ୍ଷାତକାର କରିବାର ଉଦ୍ଦେଶ୍ୟ ଲେଖିବାକୁ ପଡ଼ିବ।
ତାଙ୍କର ଏହି ଆବଶ୍ୟକତା ରାଜ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଛି, କଂଗ୍ରେସ ନେତା ଏହାକୁ ନେଇ ସମାଲୋଚନା କରିଛନ୍ତି। କଂଗ୍ରେସ ନେତାଙ୍କୁ ଭେଟିବା ପାଇଁ ସେପରି କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
କଙ୍ଗନା ରାନାୱତଙ୍କ ବଲିଉଡରୁ ରାଜନୀତିରେ ପ୍ରବେଶ କରିବା ପରେ ତାଙ୍କୁ ନାହିଁ ନଥିବା ବିବାଦ ଭିତରେ ଠେଲି ହେଇ ଯାଉଥିବାର ଦେଖିବାକୁ ମିଳୁଛି । ପ୍ରଥମେ ଚଣ୍ଡିଗଡ଼ ବିମାନବନ୍ଦରରେ ଘଟଣା ଆଉ ଏବେ ଆଧାରକାର୍ଡ଼…
ତେବେ ଏହି ଘଟଣା ଉପରେ କଙ୍ଗନା କହିଛନ୍ତି ଯେ “ହିମାଚଳ ପ୍ରଦେଶକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ମଣ୍ଡି ଅଞ୍ଚଳ ପାଇଁ ଆଧାର କାର୍ଡ ଅତ୍ୟନ୍ତ ଜରୁରୀ।
ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ କାମକୁ ଲୋକମାନେ କାଗଜରେ ଉଲ୍ଲେଖ କରିବେ। ଏହାଦ୍ୱାରା ଲୋକମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପର୍ଯ୍ୟଟକମାନେ ଏଠାକୁ ଆସୁଥିବାରୁ ସାଧାରଣ ଲୋକମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେବେ ଭେଟିବା ପାଇଁ କଙ୍ଗନା ଆଧାର କାର୍ଡର ସର୍ତ୍ତ ରଖିଥିବାରୁ ଏହାକୁ କଂଗ୍ରେସ ସମାଲୋଚନା କରିଛି। କଙ୍ଗନାଙ୍କ ଠାରୁ ମଣ୍ଡି ଆସନରେ ପରାସ୍ତ ହୋଇଥିବା କଂଗ୍ରେସୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି, “ଆମେ ଲୋକମାନଙ୍କ ପ୍ରତିନିଧି। ତେଣୁ ରାଜ୍ୟର ପ୍ରତି ବର୍ଗର ଲୋକଙ୍କୁ ଭେଟିବା ଆମର ଦାୟିତ୍ୱ।
କୌଣସି କାମରେ , ଭେଟିବା ପାଇଁ ପରିଚୟର ଆବଶ୍ୟକ ନାହିଁ। ଯଦି ଜଣେ ନିଜର ଲୋକପ୍ରତିନିଧିଙ୍କୁ ଭେଟିବାକୁ ଆସୁଛନ୍ତି, ନିଶ୍ଚିତ ତାଙ୍କର କିଛି କାମ ଥିବ। ଏହାକୁ ନେଇ ରାଜନୈତକ ମାହୋଲ ପୁଣି ସରଗରମ ହେବାର ଲାଗିଛି ।