Sunstar TV
ସନଷ୍ଟାର ଟିଭି ବ୍ୟୁରୋ : ଶ୍ରୀ ବଳଭଦ୍ର ରଥରୁ ପଡିବା ପରେ ରାଜନୀତିରେ ଆସିଛି ଭିନ୍ନ ଏକ ମୋଡ଼ । ଏବେ ସରକାରଙ୍କ ନଜରରେ ଵୀରଵିକ୍ରମ ଯାଦବ । ନୁଆ ଟିମ ପ୍ରସ୍ତୁତ ପାଇଁ ଅଙ୍କକଷା ଆରମ୍ଭ ହୋଇଛି । ସେନେଇ ବୁଧବାର ୩ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଲୋକସେବା ଭବନରେ ଚର୍ଚ୍ଚା ଜୋର ଧରିଛି । ଏପିସି ପଦବିରେ କିଏ ନିଯୁକ୍ତି ପାଇବେ ? କିଏ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବ ଏହି ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପୁର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହେଲାଣି ।
ବର୍ତ୍ତମାନ ବୀରବିକ୍ରମ ଯାଦବ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି । ସୂଚନା ଅନୁସାରେ, ଉକ୍ତ ଘଟଣା ଦିନ ସେ ପୁରୀରେ ଅନୁପସ୍ଥିତ ଥିଲେ । ଏହା ପରେ ରୁପାରୋଶନ ସାହୁଙ୍କୁ ନେଇ ଚର୍ଚ୍ଚା ବଢ଼ିଲାଣି । ସ୍ୱାସ୍ଥ୍ୟ, ରାଜସ୍ବ , ଖଣି, ଗୃହ ବିଭାଗ ସଚିବ ସ୍ତରରେ ବଦଳି ହୋଇପାରେ । ନିଅ ଟିମ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ପ୍ରଶାସନିକ କରିଡରରେ ହଟଚମଟ ସୃଷ୍ଟି ହୋଇଛି ।