SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ସେ ଏକ ନିଆରା ଅନ୍ଦାଜରେ ନଜର ଆସିଛନ୍ତି । ଯାହାକି ସମସ୍ତଙ୍କ ଉପରେ ଏକ ଭଲ ପ୍ରଭାବ ପକାଇଛି । ତେବେ ମହାମହିମ ରାଷ୍ଟ୍ରପତି ବ୍ୟାଡମିଣ୍ଟନ କୋର୍ଟରେ ନଜର ଆସିଛନ୍ତି । ସେ ପାଦରେ ସୁ ଏବଂ ହାତରେ ବ୍ୟାଡମିଣ୍ଟନ ଧରି ଖେଲୁଥିବା ଦେଖଥିବକୁ ମିଳିଛି । ଏଥିସହିତ ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଛନ୍ତି ରାଷ୍ଟ୍ରପତି । ଯାହାର ଫଟୋ ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ତେବେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଖୁସି ହେବା ସହ ଏହା ସମସ୍ତ ମହିଳା ଖେଳାଳୀଙ୍କ ପାଇଁ ଏକ ପ୍ରେରଣା ସାଜିଛି ।ତେବେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେଇଥିବା ‘ହର୍ ଷ୍ଟୋରି- ମେରି ଷ୍ଟୋରୀ’ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ବ୍ୟାଡମିଣ୍ଟନ ଖେଳିଥିଲେ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଖେଳ ପ୍ରତି ଭଲ ପାଇବା ସମସ୍ତେ ଜାଣନ୍ତି । ତାହାର ଝଲକ ରାଷ୍ଟ୍ରପତି ଭବନରେ ମଧ୍ୟ ଦେଖିବାକୁ ମିଳିଛି । ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲଙ୍କ ସହ ରାଷ୍ଟ୍ରପତି ଭବନ ପରିସରରେ ଥିବା ବ୍ୟାଡମିଣ୍ଟନ କୋର୍ଟରେ ବେଶ କିଛି ସମୟ ଧରି ଖେଳିଛନ୍ତି ରାଷ୍ଟ୍ରପତି । ଖେଳିବା ସମୟରେ ସେ ଖୁବ ଆନନ୍ଦିତ ଥିବା ନଜର ଆସୁଛନ୍ତି । ଦିନକୁ ଦିନ ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ଖେଳାଳି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଚାଲିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବ୍ୟାଡମିଣ୍ଟନ ଖେଳି ସମାଜକୁ ଦେଇଛନ୍ତି ସୁନ୍ଦର ବାର୍ତ୍ତା । ବିଶେଷକରି ମହିଳା ଖେଳାଳିଙ୍କ ପାଇଁ ଏହା ନିଶ୍ଚିତ ପ୍ରେରଣାଦାୟକ ହେବ ଏଥିରେ ସନ୍ଦେହ ନାହିଁ ।
Madam President playing badminton with Saina Nehwal.. what a beautiful video.. ♥️ pic.twitter.com/315QNPW0cI
— Mr Sinha (@MrSinha_) July 10, 2024
ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସର ଅଫିସିଆଲ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଭବନର ଏକ କୋର୍ଟରେ ରାଷ୍ଟ୍ରପତି ମୁର୍ମୁ ବ୍ୟାଡମିଣ୍ଟନ ଖେଳୁଥିବାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ହର୍ ଷ୍ଟୋରି- ମେରୀ ଷ୍ଟୋରି’ ସିରିଜ୍ ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତି ଭବନରେ ଅନୌପଚାରିକ ଭାବବିନିମୟ ବିକଶିତ କରିବା ଏବଂ ପଛୁଆ ମହିଳା ସଫଳତା ହାସଲକାରୀଙ୍କ ସହିତ ବନ୍ଧୁତା ସୃଷ୍ଟି କରିବା । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ବ୍ୟାଡମିଣ୍ଟନ ଖେଳିବା ଫଳରେ ଏହାକୁ ନେଇ ସାଇନା ମଧ୍ୟ ବେଶ ଉତ୍ସାଦିତ ଏବଂ ଖୁସି ଅଛନ୍ତି । ବ୍ୟାଡମିଣ୍ଟନ କୋର୍ଟରେ ଅନେକ ବଡ଼ ବଡ଼ ଖେଳାଳିଙ୍କ ସହ ମୁକାବିଲା କରି ବିଜୟୀ ହୋଇଛନ୍ତି ସାଇନା । ତେବେ ରାଷ୍ଟ୍ରପତିଙ୍କ ସହ ଖେଳିବା ନିଶ୍ଚିତ ତାଙ୍କର ସବୁଠୁ ସୁନ୍ଦର ସ୍ମୃତିରେ ସାଇତି ହୋଇ ରହିବ । ନିକଟରେ ୪ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ପୁରୀ ରଥଯାତ୍ରାରେ ସାମିଲ ହେବା ସହ ଅନ୍ୟାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତି ରଥଯାତ୍ରାରେ ସାମିଲ ହୋଇ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପୂର୍ବୁର କୌଣସି ରାଷ୍ଟ୍ରପତି ରଥଯାତ୍ରା ସମୟରେ ଓଡ଼ିଶା ଗସ୍ତ କରିନଥିଲେ କି ମହାପ୍ରଭୁଙ୍କ ଦର୍ଶନ ଲାଭ କରି ପାରିନଥିଲେ ।
President Droupadi Murmu’s natural love for sports and games was seen when she played badminton with the much-celebrated player Ms. Saina Nehwal at the Badminton Court in Rashtrapati Bhavan. The President’s inspiring step is in keeping with India’s emergence as a badminton-power… pic.twitter.com/DGjRudbzSc
— President of India (@rashtrapatibhvn) July 10, 2024