SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡର ଚୁଲୁବୁଲି ନ।ୟିକା ରିୟା ଦେ । ଯିଏକି ଏବେ ବିରାଟ ସମସ୍ୟାରେ ଫଶିଛନ୍ତି । ଫଳରେ ମାମଲା ଯାଇ ବର୍ତ୍ତମାନ ଥାନାରେ ପହଞ୍ଚିଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଭିନେତ୍ରୀ ରିୟା ଦେ । କେବଳ ରିୟା ନୁହଁନ୍ତି ଏହି ଘଟଣାରେ ତାଙ୍କ ସ୍ୱାମୀ ମଧ୍ୟ ଫଶିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ରିୟା ଦେ ତାଙ୍କ ଘରୋଇ ସହାୟିକାକୁ ନିର୍ଯାତନା ଦେଉଥିବା ଖବର ବର୍ତ୍ତମାନ ସ।।ମ୍ନାକୁ ଆସିଛି । ଯାହାଫଳରେ ମାମଲାଟି ବର୍ତ୍ତମାନ ଚନ୍ଦ୍ରଶେଖରପୁରରୁ କଟକକୁ ସ୍ଥାନାନ୍ତର କରାଯାଇଛି । ରିୟା ଏବଂ ତାଙ୍କ ସ୍ୱାମୀ ଘରୋଇ କେୟାର ଟେକରକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ ଯୁବତୀ ଜଣକ । ତେବେ ଏହି ଯୁବତୀ ଜଣଙ୍କ ରିୟାଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ। ରିୟାଙ୍କ ସ୍ବାମୀ ମଦ ବୋତଲରେ ତାଙ୍କୁ ବାଡ଼େଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ତେବେ କଳେ ବଳେ କୌଶଳେ ଯୁବତୀ ଜଣଙ୍କ ରିୟାଙ୍କ ଘରୁ ଖସି ପଳାଇ ଆସିଥିଲେ । ଏହାପରେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିନେତ୍ରୀ ରିୟା ଏବଂ ତାଙ୍କ ସ୍ୱାମୀଙ୍କ ନାଁ ରେ ଅଭିଯୋଗ କରିଥିଲେ । ଫଳରେ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଛି ।
ତେବେ ଯୁବତୀର କହିବା ଅନୁଯାୟୀ, ଦେଢ ବର୍ଷ ହେବ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ କେୟାରଟେକର ଅର୍ଥାତ୍ ଉକ୍ତ ଯୁବତୀ ଜଣକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏଥିସହିତ ଅଭିନେତେରୀ ରିୟା ଯୁବତୀ ଜଣକୁ ବାହାର ପଟୁ ତାଲା ପକାଇ ରଖୁଥିଲେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯିବତୀ ଜଣଙ୍କ । ତେବେ ଏହି ଘଟଣାରେ ଏଯାଏଁ ମୁହଁ ଖୋଲି ନାହାନ୍ତି ଅଭିନେତ୍ରୀ ରୀୟା ଏବଂ ତାଙ୍କ ସ୍ୱାମୀ । ତେବେ ପ୍ରକୃତରେ କଣ ରହିଛି ଘଟଣାର ସତ୍ୟାସତ୍ୟ ତାହା ଆଗକୁ ହିଁ ଜଣାପଡିବ ।