Sunstar Tv
ITBP sizes : ପୂର୍ବ ଲଦାଖ ସୀମାରେ ୧୮୦୦୦ ଫୁଟରେ ଆଇଟିବିପି ର ଏକ ସ୍ଵତନ୍ତ୍ର ଅପରେସନରେ ପ୍ରାୟ ୭୦ କୋଟି ଟଙ୍କା ମୂଲ୍ୟର ୧୦୮ କିଲୋ ସୁନା ସହିତ 3 ଜଣ ସୁନା ମାଫିଆଙ୍କୁ ଗିରଫ କରାଯାଇଛି।
ସୁନା ମାଫିଆଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଗୁପ୍ତ ଅପରେସନ କରାଯାଇଥିଲା। ଦୁଇ ଭାରତୀୟ ନାଗରିକ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଏକ ସୁନା ସାମଗ୍ରୀ ଆଣିଥିଲେ। ଉକ୍ତ ମାମଲାରେ ଜଣେ ତୃତୀୟ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ଲଦାଖରେ ଭାରତ-ଚୀନ୍ ସୀମାରେ ନିୟୋଜିତ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ର କର୍ମଚାରୀମାନେ ଚାଇନାରୁ ଚୋରା ଚାଲାଣ ହୋଇଥିବା ୧୦୮ କିଲୋଗ୍ରାମ ସୁନା ଜବତ କରିଛନ୍ତି।
ଏଥିରେ ନିୟୋଜିତ ଥିବା ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଚୋରା ଚାଲାଣକାରୀଙ୍କଠାରୁ ବହୁତ୍ ପରିମାଣର ସୁନା, ଦୁଇଟି ମୋବାଇଲ୍ ଫୋନ୍, ଏକ ବାଇନୋକୁଲାର, ଦୁଇଟି ଛୁରୀ ଏବଂ ଅନେକ ଚାଇନାର ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି।
ଜଣେ ଅଧିକାରୀ କହିଛନ୍ତି ଯେ ITBP ଇତିହାସରେ ଏହା ହେଉଛି ସବୁଠାରୁ ବଡ ସଫଳତା। ଏହି ତିନି ଚୋରା ଚାଲାଣକାରୀଙ୍କଠାରୁ ମିଳିଥିବା ସୁନା କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯିବ।
ଅଧିକାରୀ କହିଛନ୍ତି ଯେ ଆଇଟିବିପିର ଏକବିଂଶ ବାଟାଲିୟନ ମଙ୍ଗଳବାର ଅପରାହ୍ନରେ ପୂର୍ବ ଲଦାଖର ଚାଙ୍ଗଥାଙ୍ଗ ଉପ ସେକ୍ଟର ସମେତ ଚିଜବୁଲ, ନରବୁଲା, ଜଙ୍ଗଲ ଏବଂ ଜାକାଲା ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ।
ସୀମା ନିକଟରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ଭଳି କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ଏହି ପାଟ୍ରୋଲିଂ ଜାରି କରାଯାଇଥିଲା।