SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ଥର ଟି -୨୦ ବିଶ୍ୱ କପରେ ରୋହିତ ସେନା ଭଲ ପଦର୍ଶନ କରିବା ସହ ବିଶ୍ୱ କପ ହାତେଇଛି । ସେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିବା ସହ ବଜୟ ମୁକୁଟ ପିନ୍ଧିଛି । ଏହାପରେ ଭାରତୀୟ ଦଳ ଉପରେ ହୋଇଥିଲା ପୁରସ୍କାରର ବର୍ଷା । ୧୭ ବର୍ଷ ପରେ ଭାରତ ଦ୍ବିତୀୟ ଥର ପାଇଁ ବିଶ୍ବକପ ଟାଇଟଲ୍ ଜିତିବାରେ ସଫଳ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ଜଣ କ୍ରିକେଟର, କୋଚ ରାହୁଲ ଦ୍ରାବିଡଙ୍କ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା । କିନ୍ତୁ ଏହି ପୁରସ୍କାର ରାଶି ସମୟରେ କୋଚ ରାହୁଲଙ୍କ ଏକ ଛୋଟିଆ ନିଷ୍ପତ୍ତି ଆଜି ସମସ୍ତଙ୍କ ହୃଦୟ ଜିତିଛି । ତେବେ ସେ କ୍ରିକେଟ୍ ଟିମର ମୁଖ୍ୟ କୋଚରୁ ଅବସର ନେବା ପରେ ନିଜର ମହାନତା ଦେଖାଇଛନ୍ତି । ଏଥିସହିତ ସେ ୫ କୋଟି ଟଙ୍କାର ବୋନସ ନେବାକୁ ମନା କରିଛନ୍ତି । ତେବେ ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟ୍ କୋଚ ରାହୁଲ ଦ୍ରାବିଡଙ୍କୁ ୫ କୋଟି ଟଙ୍କାର ବୋନସ ମିଳିଥିଲା । କିନ୍ତୁ ସେ ଏହି ଟଙ୍କାକୁ ଗ୍ରହଣ କରି ନଥିଲେ । କାରଣ ଅନ୍ୟ ସହେଯାଗୀ କୋଚ ମାନଙ୍କୁ ଅଢେଇ କୋଟି ଟଙ୍କା ମିଳୁଥିବାରୁ ରାହୁଲ ମଧ୍ୟ ସମାନ ପରିମାଣର ଟଙ୍କା ଅର୍ଥାତ୍ ଅଢେଇ କୋଟିର ଅର୍ଥ ରାଶି ନେବାକୁ କହି ବାକି ଟଙ୍କା ଫେରାଇ ଦେଇଥିଲେ । ତେବେ କୋଚ ରାହୁଲ ଦ୍ରାବିଡଙ୍କ ଏଭଳି ନିଷ୍ପତ୍ତି ଆଜି ତାଙ୍କୁ ସମସ୍ତଙ୍କ ନିଜରରେ ହିରୋ କରି ଦେଇଛି ।
ଟି -୨୦ ୱାର୍ଲ୍ଡକପ ଜିତିବା ପରେ ଭାରତୀୟ ଖେଳାଳୀ ଓ ସହେଯାଗୀ ମାନଙ୍କ ପ।।ଇଁ ୧୨୫ କୋଟି ଟଙ୍କା ଘୋଷଣା କରିଥିଲା ବିସିସିଆଇ । କିନ୍ତୁ ଏହାରି ଭିତରେ କୋଚ ରାହୁଲଙ୍କୁ ବିସିସିଆଇ ୫ କୋଟି ଟଙ୍କା ବୋନସ ପ୍ରଦାନ କରିଥିଲା । କିନ୍ତୁ ସେହି ଅର୍ଥ ରାଶିରୁ ଅଧା ଟଙ୍କା ନେବାକୁ ମନା କରିଥିଲେ କୋଚ ରାହୁଲ । ତେବେ ଏହି ଟଙ୍କା ନ ନେବା ପଛର କାରଣ ରାହୁଲ କହିଛନ୍ତି ଯେ ସେ ଅନ୍ୟ କୋଚଙ୍କ ସହ ଭେଦଭାବ ହେଉ, ତାହା ଚାହୁଁ ନାହାନ୍ତି ରାହୁଲ । ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମଧ୍ୟ ଏପରି କରିସାରିଛନ୍ତି ରାହୁଲ । ୨୦୧୮ରେ ଭାରତ ଅଣ୍ଡର ୧୯ ବିଶ୍ବକପ ଜିତିଥିଲା । ସେତେବେଳେ ଦ୍ରାବିଡ ଥିଲେ ମୁଖ୍ୟ କୋଚ । ଦ୍ରାବିଡଙ୍କୁ ବିସିସିଆଇ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଅନ୍ୟ ସହଯୋଗୀ କୋଚଙ୍କୁ ୨୦ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା । କିନ୍ତୁ ରାହୁଲ ୫୦ ଲକ୍ଷ ଟଙ୍କା ନେବାକୁ ମନା କରିବା ପରେ ବସିସିଆଇ ପକ୍ଷରୁ ରାହୁଲଙ୍କ ସମେତ ଅନ୍ୟ ସହଯୋଗୀ କୋଚ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ବୋନସ ପ୍ରଦାନ କରାଯାଇଥିଲା ।