Sunstar TV
ସନଷ୍ଟାର ଟିଭି ବ୍ୟୁରୋ : ପୂର୍ବ ସରକାରରେ ଥିବା ପାୱାରଫୁଲ୍ ଅଧିକାରୀଙ୍କ ଖସିଲା ପାୱାର । ନିକୁଞ୍ଜ ଓ ଶାଶ୍ବତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବୁଧବାର ମୋହନ ସରକାର ସଚିବ ସ୍ତରରେ ବିରାଟ ଅଦଳବଦଳ କରିଛନ୍ତି । ୨୦୦୫ ବ୍ୟାଚ୍ର ଆଇଏଏସ୍ ଭିନିଲ୍ କ୍ରିଷ୍ଣାଙ୍କୁ କ୍ରୀଡା ବିଭାଗରୁ ବଦଳି କରି ତାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିସନର ଭାବରେ ନିଯୁକ୍ତି ଦିଆଯାଇଛି । ଭିନିଲ୍ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ର ଆଇଏଏସ୍ ତଥା ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିସନର ଭାସ୍କର ଜ୍ୟୋତି ଶର୍ମାଙ୍କୁ ନିଯୁକ୍ତି ମିଳିଛି । ତେବେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ତଥା ୧୯୯୩ ବ୍ୟାଚ୍ର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ୧୯୯୩ ବ୍ୟାଚ୍ର ଆଇଏଏସ୍ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ୱ ମିଳିଛି । ୧୯୯୪ ବ୍ୟାଚ୍ର ଆଇଏଏସ୍ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀର ଦାୟିତ୍ୱ ଦିଆଯାଇଛି । ସେହିପରି ଏମ୍ଏସ୍ଏମ୍ଇ ବିଭାଗରେ ୧୯୯୫ ବ୍ୟାଚ୍ର ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ୧୯୯୫ ବ୍ୟାଚର ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ୧୯୯୬ ବ୍ୟାଚର ଆଇଏଏସ୍ ତଥା ଓଏସଏସଏସସିର ଅଧ୍ୟକ୍ଷ ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ୧୯୯୬ ବ୍ୟାଚର ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ୧୯୯୬ ବ୍ୟାଚର ବିଶାଳ କୁମାର ଦେବଙ୍କୁ ଆଇଟି ବିଭାଗରେ ଅବସ୍ଥାପିତ କରାଯାଇଛି।
ଏହାରି ଭିତରେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ପୂର୍ବ ସରକାରରେ ଥିବା ବେଶ୍ କ୍ଷମତାଶାଳୀ ଆଇଏଏସ୍ ଜି ମାଥିଭାଥନନ ଓ ଭିନିଲ କ୍ରିଷ୍ଣାଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି । ପୂର୍ବରୁ ସରକାରଙ୍କ ଗୁଡବୁକରେ ରହି ଆସୁଥିବା ଆଇଏଏସ୍ଙ୍କ ପ୍ରଭାବକୁ ନୂଆ ସରକାର ହ୍ରାସ କରିଛନ୍ତି । ଏହି ରାତି ଅଧିଆ ପରିବର୍ତ୍ତନ ପରେ ଭବିଷ୍ୟତରେ ଆଉ ଏକ ବଡ ଧରଣର ପରିବର୍ତ୍ତନ ହେବ ବୋଲିି ଆଶା କରାଯାଉଛି ।