SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟରେ ସକ୍ରୀୟ ରହଛି ମୌସୁମୀବାୟୁ । ଫଳରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ପବନ । ଏହି ମୌସୁମୀକୁ ଆହୁରି ସକ୍ରୀୟ କରୁଛି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ । ଆସନ୍ତା ୧୩-୧୪ରେ ଓଡିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହାକି ଆସନ୍ତା ୧୭ ତାରିଖ ଅର୍ଥାତ୍ ବାହୁଡା ଦିନ ଏହା ଭୟଙ୍କର ଲଘୁଚାପରେ ପରିଣିତ ହେବ । ଏନେଇ ପୂର୍ବ ଅନୁମାନ କରୁଛି ଭାରତୀୟ ପାଣିପାଗ କେନ୍ଦ୍ର । ତେବେ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ପବନ ହେବା ସହ ତୁହା କୁ ତୁହା ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ଏହି ସମୟରେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।
ତେବେ ଏହି ଲଘୁଚାପର ପ୍ରଭାବରେ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବଦିଳିଯିବ ପାଣିପାଗ । ରାଜ୍ୟର କିଛି ଜିଲ୍ଲାରେ ବଢିବ ବର୍ଷାର ପ୍ରକୋପ । ଏନେଇ ଆକାଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କନ୍ଦ୍ରର ସୂଚନା ଅନୁଯୟୀ, ଆସନ୍ତା ୧୩ ତାରିଖରୁ ମାଲକାନଗିରି, କେନ୍ଦୁଝର, କୋରାପୁଟ, ରାୟଗଡା, ନବରଙ୍ଗରପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିସହିତ ତୁହାକୁ ତୁହା ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ସେହିପରି ଆଜି ମଧ୍ୟ କିଚି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଟଣ୍ଟା ପ୍ରତି ପବନର ବେଗ ୨୦ ରୁ ୪୦ କିମି ରହିବ ବୋଲି ଜଣାପଡିଛି ।
ତେବେ ଏହି ଲଘୁଚାପ ନେଇ ବରିଷ୍ଟପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପସୁପାଳକ ମଧ୍ୟ ଲଘୁଚାପ ସୃଷ୍ଟିକୁ ନେଇ ଆକଳନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଆସନ୍ତା ୧୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଦକ୍ଷଣ ଓଡିଶାରେ ଭାରୀ ବର୍ଷା ହେବ । ତେବେ ଆସନ୍ତା ତିନି ଦିନ ଯାଏ ଖୋର୍ଦ୍ଧା , ଯାଜପୁର, ଭଦ୍ରକ, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଉ ନଥିବା ବେଳ ପାଗ ମଧ୍ୟ ଶୁଖିଲା ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜ୍ୟରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।