SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଦଳିଯାଇଛି ଲକ୍ଷ୍ମୀ ବସର ରଙ୍ଗ । ସବୁଜରୁ ନାରଙ୍ଗି ହୋଇଛି ବସ । ଯାହାକୁ ନେଇ ଥମିବାର ନାଣ ନେଉନି ରାଜନୀତି । ଶାସକ ବିରୋଧୀ ମଧ୍ୟରେ ଏହାକୁ ନେଇ ଚଲିଛି ବାକ୍ ଯୁଦ୍ଧ । ବିରୋଧୀ ବିଜେଡି ବସ ରଙ୍ଗବଦଳାଇବାକୁ ନେଇ ଶାସକ ବିଜେପିକୁ ଟାର୍ଗେଟ କରିଥିବା ବେଳେ ଆଜି ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା ଏନେଇ ମୁହଁ ଖୋଲିଛନ୍ତି । କାହିଁକି ଲକ୍ଷ୍ମୀ ବସର ରଙ୍ଗ ବଦଳିଛି ଏବଂ ଏପରି ନିଷ୍ପତ୍ତି ନେବା ପଛରେ କଣ ରହିଛି କାରଣ ତା ଉପରୁ ପରଦା ହଟାଇଛି ମନ୍ତ୍ରୀ । ସେ ଏନେଇ ଏକ ବଡ ବୟାନ ଦେଇଛନ୍ତି ।
ତେବେ ମନ୍ତ୍ରୀ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଛନ୍ତି ଯେ ଲକ୍ଷ୍ମୀ ବସରେ କଣସି ରଙ୍ଗ ନଥିଲା । ଏଥିରେ କେବଳ ଷ୍ଟିକର ମରାଯାଇଥିଲା । ଯାହାକି ନିର୍ବାଚନ ସରିବା ପରେ ବିଜେଡି ଏହି ସେବାକୁ ବନ୍ଦ କରିଥାନ୍ତା । ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚାରିତାର୍ଥ କରିବା ପାଇଁ, ସେମାନେ ତାଙ୍କ ଦଳର ରଙ୍ଗ ଲଗାଇଥିଲେ। ଏହାସହ ତାଙ୍କର ଦଳୀୟ ସଙ୍କେତ ମଧ୍ୟ ବସରେ ସ୍ଥାନିତ ହୋଇଥିଲା। ତାକୁ ଯେତେବେଳେ ବାହାର କରାଗଲା, ସେତେବେଳେ ପୂର୍ବରୁ ଥିବା ଷ୍ଟେଟ ଟ୍ରାନ୍ସପୋର୍ଟର ରଙ୍ଗକୁ ଲଗାଇବା ପାଇଁ ଚେଷ୍ଟା କରାଯାଇଛି। ତେବେ ଏହି କଥାରେ ବରୋଧୀ ଦଳ କୌଣସି ପ୍ରତିକ୍ରୀୟା ଦେଇ ନଥିବା ଜଣାପଡିଛି ।
ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା ଆହୁରି ମଧ୍ୟ କହିଛନ୍ତି ପୂର୍ବ ସରକାର ଲକ୍ଷ୍ମୀ ବସକୁ ରଙ୍ଗ ନକରି ଏଥରେ ଷ୍ଟିକରିଂ କରିଥିଲେ । ବିଜେଡି ଏବେ ଏହାର ହିସାବ ଦେଉ । କାହିଁକି ରଙ୍ଗ ନ ଲଗାଇ ରଙ୍ଗ ଲଗା କଥା କହୁଛନ୍ତି ବିଜେଡି ଏନଇ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣାରେ ବିରଧୀ କିଛି ନିଜର ପକ୍ଷ ରଖି ନଥିବା ବେଳେ ଆଗକୁ ଏହି ରଙ୍ଗ ବଦଳା ରଜନୀତି କେଉଁ ଦିଗ ନେଉଛି ତାହା ଦେକିବାକୁ ବାକି ରହିଲା ।