SunstarTV
କେବେ ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର? ଏହାକୁ ନେଇ ରତ୍ନଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଯାହା ଲାଗୁଛି ବୈଠକ ଶେଷରେ ରତ୍ନଭଣ୍ଡାର କେବେ ଖୋଲିବ ଏହାକୁ ନେଇ ନିଷ୍ପତ୍ତି ଆସିବ । ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟିର ବୈଠକ ବସିଛି। କମିଟି ନିକଟରେ ଆଜି ଜିଲ୍ଲା ଟ୍ରେଜରୀରେ ଥିବା ରତ୍ନଭଣ୍ଡାରରେ ଡୁପ୍ଲିକେଟ ଚାବି ଦାଖଲ କରାଯିବ ବୋଲି ପୂର୍ବ ବୈଠକରେ ସ୍ଥିର କରାଯାଇଥିଲା ।
ତିନି ଠାକୁର ବଡ଼ଦେଉଳରୁ ରଥଯାତ୍ରାରେ ବାହାରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ତେଣୁ ଏହି ସମୟ ଭିତରେ ରତ୍ନଭଣ୍ଡାର ଖୋଲି, ଭଣ୍ଡାରରେ ଥିନା ରତ୍ନପଥର, ଅଳଙ୍କାରର ଗଣତି ମଣତି ହେବା ଜରୁରୀ ବୋଲି ଅନେକ ଲୋକଙ୍କ ମତ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ପକ୍ଷରୁ ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ହୋଇଥିଲା । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ନ ଖୋଲିଲେ ତାଲା ଭାଙ୍ଗି ଦିଆଯିବ ବୋଲି ଅଧ୍ୟକ୍ଷ କହିଥିବାରୁ ଆଜି ରତ୍ନଭଣ୍ଡାର ଖୋଲିବା ଉପରେ ନିଶ୍ଚୟ ବଡ ଅପଡେଟ୍ ଆସିବ ବୋଲି ଆଶା କରାଯାଉଛି ।