SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଦୁଇ ଦିନର ଯାତ୍ରା ପରେ ଶେଷରେ ମାଉସୀ ଘରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ରତ୍ନସିଂହାସନ ଛାଡି ଜନ୍ମବେଦୀରେ ଳିଳା କରିବ କାଳିଆ । ମାଉସୀ ହାତରୁ ପୋଡ ପିଠା ଖାଇ ଖୁସି ହେବ ବଡ ଠାକୁର । ତେବେ । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଭିନ୍ନ ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ଏହିଠାରୁ ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର ।
ଜନ୍ମବେଦୀରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ ମହାପ୍ରଭୁ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ । ଆଜି ସିନା ଗୁଣ୍ଡିଚା ମନ୍ଦିର ଖୁସିରେ ଉଛୁଳୁଛି କିନ୍ତୁ ପ୍ରାଣପ୍ରିୟ ମହାପ୍ରଭୁଙ୍କୁ ଛାଡି ଶ୍ରୀମନ୍ଦିର କିନ୍ତୁ ସନ୍ତାପି ହେଉଛି ।