SunstarTV
ଆଜି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ ଦାଣ୍ତକୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଓଙ୍କ ଦର୍ଶନ ପାଇଁ ପୁରୀ ବଡ଼ ଦାଣ୍ତ ଜନସମୁଦ୍ରରେ ପାଲଟିଛି । ୫୩ ବର୍ଷ ପରେ ବିରଳ ଯୋଗ ପଡ଼ିଛି । ଏଥର ଗୋଟିଏ ଦିନ ନୁହେଁ ଦୁଇ ଦିନ ରଥ ଟାଣିବାର ମଉକା ପାଇବେ ଶ୍ରଦ୍ଧାଳୁ ।
ସୂଚନାମୁତାବକ ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏଥର ଦୁଇ ଦିନ ଧରି ରଥଟଣା ଯିବ। ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ଆଜି ଅପରାହ୍ନରେ ରଥ ଟାଣିବାକୁ ନିଷ୍ପତ୍ତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି।
ଏଥର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ। ଏଥର ରଥଯାତ୍ରା ସହ ନେତ୍ରଉତ୍ସବ ଓ ନବଯୌବନ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିବ ହେବେ । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବାକୁ ପରିଚାଳନା କମିଟି ଓ ଅଞ୍ଚଳବାସୀ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି।