SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ଚଳିତ ଥର ଆରମ୍ଭ ହୋଇଛି ବିଜେପି ସରକାର । ମୋହନ ଯୁଗରେ ସମସ୍ତ ନେତାମନ୍ତ୍ରୀ ସେମାନଙ୍କ ବିଭାଗକୁ ନେଇ ରହିଛନ୍ତି ତତ୍ପର । ଶିକ୍ଷାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତେ କରୁଛନ୍ତି ସମୀକ୍ଷା ଉପରେ ସମୀକ୍ଷା । ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀ ମଧ୍ୟ ସମସ୍ତ ଦିଗ ଉପରେ ରଖିଛନ୍ତି ଦୃଷ୍ଟି ଆଉ କରୁଛନ୍ତି ଘନ ଘନ ବୈଠକ । ତେବେ ଏହି ସବୁ ଭିତରେ ଚଳିତ ମାସ ୨୨ ତାରିଖରେ ବସିବାକୁ ଯାଉଛି ନୂଆ ସରକାରର ପ୍ରଥମ ବିଧାନସଭା ଅଧିବଶନ । ଯାହାକି ଆସନ୍ତା ସେପ୍ଟେମ୍ବର ୧୩ ତରିଖ ପର୍ଯ୍ୟନ୍ତ ଚଲିବ । ଯେଉଁଠି ପ୍ରଥମ ଥର ପାଇଁ ବିରୋଧୀ ଭାବରେ ବିଜେଡିି ଶାସକ ବିଜେପିକୁ ଟାର୍ଗେଟ କରିବ ।
ତେବେ ସପ୍ତଦଶ ବିଧାନସଭାର ପ ପ୍ରଥମ ଅଧିବେଶନରେ ରାଜ୍ୟପାଳ ଅଭିଭାଷଣ ରଖିବା ସହ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ । ସେହିପରି ଅଧିବେଶନର ପରଦିନ ଅର୍ଥାତ୍ ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା ହେବ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଧନ୍ୟବାଦ ପ୍ରସ୍ତାବ ଉପରେ ହେବ ଆଲୋଚନା । ସେହିପରି ୨୪ ତାରିଖ ଦିିନ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଏହାପରେ ଚଳିତ ମାସ ୨୫ ତାରିଖରେ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ବ୍ୟତୀତ ୨୯ ଏବଂ ୩୦ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା, ଲେଖାନୁଦାନ ପ୍ରସ୍ତାବ ଉପରେ ଆଲୋଚନା ଓ ବିନିଯୋଗ ବିଲ୍ ଆଗତ ହେବ।
ଅଗଷ୍ଟ ୨୦ ତାରିଖରୁ ବିଭାଗୀୟ ସ୍ଥାୟୀ କମିଟି ମାନଙ୍କର ରିପୋର୍ଟ ଉପସ୍ଥାପନ, ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ହେବ। ସେପ୍ଟେମ୍ବର ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଉପସ୍ଥାନ ହେବ। ୧୦ ତାରିଖରେ ବଜେଟ ଉପରେ ବିନିଯୋଗ ବିଲ୍ ଆଗତ ହେବା ନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ତେବେ ଏହିପରି ଭାବରେ ୫୩ ଦିନ ଧରି ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋହନ ସରକାରରେ ପ୍ରଥମ ଥର ଭାବେ ବିଜେପି ଏହି ଅଧିବେଶନ କରିବାକୁ ଯାଉଛି । ଯହା ଉପରେ ରହିଛି ସମସ୍ତଙ୍କ ନଜର ।