SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାତି ପାହିଲେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ମହାପ୍ରଭୁ ଭାଇ ଭଉଣୀକୁ ସାଙ୍ଗରେ ଧରି ଯିବେ ମାଉସୀ ମା ଘର । ଲାଗିବ ଭକ୍ତଙ୍କ ଭିଡ ଶୁଭିବ ହରିବୋଲ ହୁଳହୁଳିର ଶୁଭ ସ୍ୱର । ଏନେଇ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଏହି ମହାନ ଳିଲା ପାଇଁ ରଥ ବି ପ୍ରସ୍ତୁତ ପଥ ବି ପ୍ରସ୍ତୁତ ଆଉ ଭକ୍ତ ବି ପ୍ରସ୍ତୁତ । ରଥଖଳାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ମା ସୁଭଦ୍ରାଙ୍କୁ ସତେ ଯେପରି ଅପେକ୍ଷା କରି ରହିଛନ୍ତି ତିନି ରଥ । ପଣ୍ଡା ପୁରୋହିତ ସବେକଙ୍କ ଠାରୁ ଆରମ୍ଭ କରି ସାରା ସାରା ବିଶ୍ୱ ପ୍ରଭୁଙ୍କ ଏହି ଘୋଷ ଯାତ୍ରାକୁ ଚାତକ ପରି ଚାହିଁ ବସିଛି । ଏନେଇ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟ ପହଞ୍ଚିଛି । ତବେ ଏହିସବୁ ଭିତରେ ଆଜି ରଥଖଳାକୁ ଆସିଛି ଆଜ୍ଞାମାଳ ।
ଆଜି ଶ୍ରୀ ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପଟି ଦିଅଁଙ୍କ ନିକଟରୁ ୩ଟି ଆଜ୍ଞା ମାଳ ରଥ ଖଳାକୁ ବିଜେ କରିଛି । ଏହାପରେ ୩ ରଥକୁ ସିଂହଦ୍ୱାର ସମ୍ମୁଖ ଚକଡାକୁ ଆଣିଯାଇଛି । ତେବେ ପୋଲିସ ପ୍ରଶାସନ , ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ଏହି ୩ ରଥକୁ ସିଂହଦ୍ୱାର ଚକଡାକୁ ଟାଣି ଟାଣି ନେବା ସହ ତାକୁ ଉତ୍ତର ମୋଡ ଦେଇଛନ୍ତି । ତେବେ ଘୋଷ ଯାତ୍ରା ପାଇଁ ସରକାରଙ୍କ ଠରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ଘନ ଘନ ବୈଠକ ସହ ରଥ ଯତ୍ରାରେ ଯେପରି କୌଣସି ଅସୁବିଧା ନହୁଏ ସେ ନେଇ ମଧ୍ୟ କରାଯାଇଛି ସମସ୍ତ ପ୍ରସ୍ତୁତି ।
ଅ।ସନ୍ତା କାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କରାଯଇ ବ୍ୟାପକ ବ୍ୟବସ୍ଥା । ଶ୍ରୀକ୍ଷେତ୍ରକୁ ସିସିଟିଭି ଏବଂ ସୁରକ୍ଷା ବ୍ଲାଙ୍କେଟ ବଳୟ ଭିତରେ ରଖାଯାଇଛି । ଏଥିସହିତ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବର ବ୍ୟବସ୍ଥା ରହିଛି । ଜନଗହଳି ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡ ୬ଟି ଜୋନରେ ବିଭକ୍ତ ହୋଇଛି। ଚଳିତ ବର୍ଷ ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନିଆଯିବ। ଏହାସହ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସିସିଟିଭି କ୍ୟାମେରା ସହାୟତା ନିଆଯିବ।