Sunstar TV :
ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ଗଡିଛି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ କରିଛି । ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରାରେ ୨ ଦିନ ଧରି ରଥଟଣା ହେବ । ଗତ ବର୍ଷ ୨୦୮ଟି ସ୍ପେଶାଲ ଟ୍ରେନ ଚଳାଚଳ କରଥିଲା । ଚଳିତ ବର୍ଷ ୧୦୭ଟି ଅଧିକ ଟ୍ରେନ ଚଳାଚଳ କରିଛି । ତେବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଏହି ସମୟରେ ଅଧିକ ଥିବାରୁ ଟ୍ରେନ ସଂଖ୍ୟା ଅଧିକ ବଢା ଯାଇଛି ।
ତେବେ ପୁରୀକୁ କିପରି ସ୍ୱତନ୍ତ୍ର ଟ୍ରେନ ଗଡିବ ତା ଉପରେ ନଜର ପକାନ୍ତୁ :
ଟ୍ରେନ ନମ୍ବର ; ୦୮୩୫୧ – ୦୮୩୫୨
ଜୁନାଗଡ-ପୁରୀ ଷ୍ଟେସନ ଗଡିବ ସ୍ୱତନ୍ତ୍ର ଟ୍ରେନ । ଏହା ୬ ଜୁଲାଇରୁ ୧୬ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜୁନାଗଡରରୁ ଏହି ଟ୍ରେନ ରାତି ୯ଟାରୁ ବାହାରି ସକାଳ ୯.୩୦ ମିନିରେ ପୁରୀରେ ପହଁଚିବ । ସେହିପରି ୭ ଜୁଲାଇର ୧୭ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ ଦିଗରେ, ପୁରୀରୁ ସକାଳ ୯.୨୫ ରେ ବାହାରି ଆଗାମୀ ଦିନରେ ରାତି ୮.୫୦ ଘଣ୍ଟା ଜୁନାଗଡ ରୋଡରେ ପହଞ୍ଚିବ
ଟ୍ରେନ ନମ୍ବର ; ୦୮୩୫୩ – ୦୮୩୫୪
ସମ୍ବଲପୁର-ପୁରୀ ଷ୍ଟେସନ ଜୁଲାଇ ୬ ତାରିଖ, ଜୁଲାଇ ୧୪ ଓ ଜୁଲାଇ ୧୮ ୨୦୨୪ ପର୍ଯ୍ୟନ୍ତ ରାତି ୧୧ଟାରୁ ଟ୍ରେନ ବାହାରି ପୁରୀରେ ଆଗାମୀ ସକାଳ ୭.୫୫ ମିନିଟରେ ପହଁଚିବ । ସେହିପିରି ତା ପରଦିନ ପୁରୀରୁ ଅର୍ଥାତ ଜୁଲାଇ ୮ ତାରିଖ, ୧୬ ଓ ୧୮ ତାରିଖ ଜୁଲାଇ ୨୦୨୪ ବିଳମ୍ବିତ ରାତିରେ ବାହାରି ବାହାରି ତା ପରଦିନ ସକାଳ ୧୦.୩୦ ମିନିଟରେ ସମ୍ବଲପୁରରେ ପହଁଚିବ ।
ଟ୍ରେନ ନମ୍ବର ; ୦୮୩୫୫ – ୦୮୩୫୬
ସୋନପୁର-ପୁରୀ ଷ୍ଟେସନରୁ ରଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ଜୁଲାଇ ୬ ତାରିଖ, ଜୁଲାଇ ୧୪, ଜୁଲାଇ ୧୬ରେ ଭୋର୍ ୩ଟାରୁ ସୋନପୁର ପୁରୀ ଅଭିମୁଖେ ଯାତ୍ରା କରିବ । ଏହାପରେ ଅପରାହ୍ନ ୧.୨୦ମିରେ ପୁରୀରେ ପହଁଚିବ । ଏହାପରେ ଜୁଲାଇ ୦୭, ୧୬ ଏବଂ ୧୮ରେ ବିଳମ୍ବିତ ରାତିରେ ପୁରୀରୁ ବାହାରି ପରଦିନ ସକାଳ ୧୦.୪୦ରେ ସୋନପୁରରେ ପହଁଚିବ ଟ୍ରେନ୍ ।
ଟ୍ରେନ ନମ୍ବର ; ୦୮୩୭୯ – ୦୮୩୮୦
ବାଦାମ ପାହାଡରୁ ପୁରୀ ଅଭିମୁଖେ ଏହି ଟ୍ରେନ ୬ ଓ ୧୪ ତାରିଖରେ ସକାଳ ୬ଟାରୁ ବାହାରୁ ପୁରୀ ଅଭିମୁଖେ ଯାଇ ସକାଳ ୧୧.୧୫ରେ ପହଁଚିବ ପୁରୀରେ । ସେହିପରି ୮ତାରିଖ ଓ ୧୬ ଜୁଲାଇ ୨୦୨୪ ରାତି ୧୧ଟା ୩୦ମିରେ ପୁରୀରୁ ବାହାରି ତା ପରଦିନ ସନ୍ଧ୍ୟା ୦୬.୧୫ରେ ପୁରୀରେ ପହଁଚିବ ।
ଟ୍ରେନ ନମ୍ବର ; ୦୮୩୮୧- ୦୮୩୮୨
ବାଙ୍ଗିରିପୋଷି ରୁ ପୁରୀ ସ୍ପେଶାଲ ଟ୍ରେନ ଜୁଲାଇ ୭ ଏବଂ ଜୁଲାଇ ୧୪ରେ ସକାଳ ୭.୩୦ମି ବାହାରି ସେହିଦିନ ସନ୍ଧ୍ୟା ୬ଟା ୧୫ରେ ପୁରୀରେ ପହଁଚିବ । ଏହାପରେ ପ୍ରତ୍ୟାବର୍ତନ ଦିଗରେ ଏହି ଟ୍ରେନ ପୁରୀରୁ ଅପରାହ୍ମ ୧.୩୦ମି ବାହାରି ପରଦିନ ଅପରାହ୍ନ ୧.୪୫ରେ ବାଙ୍ଗିରିପୋଷିରେ ପହଁଚିବ ।
ଟ୍ରେନ ନମ୍ବର ; ୦୮୩୮୧- ୦୮୩୮୨
ବାଲେଶ୍ୱରରୁ ପୁରୀ ପାଇଁ ଗଡିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ ଜୁଲାଇ ୬ ଏବଂଂ ୧୪ ତାରିଖରେ ଗଡିବ । ତେବେ ବାଲେଶ୍ୱରରୁ ସକାଳ ୫.୪୦ ମିରେ ଏହି ଟ୍ରେନ ବାହାରି ପୁରୀରେ ଦିନ ୧୧.୪୫ରେ ପହଁଚିବ । ସେହିପରି ଜୁଲାଇ ୮ ଓ ୧୬ ଜୁଲାଇରେ ପୁରୀରୁ ମଧ୍ୟରାତି ୧.୧୫ ମିରୁ ବାହାରି ତା ପରଦିନ ସକାଳ ୮ଟାରେ ବାଲେଶ୍ହରେ ପହଁଚିବ ।
ଟ୍ରେନ ନମ୍ବର ; ୦୮୩୮୫- ୦୮୩୮୬
ରାଉରକେଲାରୁ ସ୍ପଶାଲ ୬ ଜୁଲାଇରୁ ୧୪ ଜୁଲାଇ ଯାଏଁ ଦିନ ଦିନ ୧୧.୩୦ରୁ ରାଉରକେଲାରୁ ଏହି ଟ୍ରେନ ବାହାରି ରାତି ୧୧.୧୫ରେ ପୁରୀରେ ସେହିଦିନ ପହଁଚିବ । ସେହିପରି ଏହି ଟ୍ରେନ ପୁରୀରୁ ୮ ଏବଂ ୧୬ ଜୁଲାଇରେ ଅପରାହ୍ନ ୩.୧୫ରୁ ବାହାରି ପରଦିନ ରାଉରକେଲା ଅପରାହ୍ନ ୪ଟାରେ ପହଁଚିବ ।
ଟ୍ରେନ ନମ୍ବର ; ୦୮୩୮୩- ୦୮୩୮୪
ରାୟପୁର-ପୁରୀ ସ୍ପେଶାଲ ଟ୍ରେନ ୬-୧୪ ଜୁଲାଇ ସକାଳ ୬ଟାରୁ ରାୟପୁରରୁ ବାହାରିବ । ଏହାପରେ ସେହିଦିନ ସକାଳ ୧୧ଟାରେ ପୁରୀରେ ପହଁଚିବ । ଏହାର ପ୍ରତିବଦଳରେ ଏହି ଟ୍ରେନ ପୁରୀରୁ ରାତି ୮.୪୫ରୁ ବାହାରି ୮ ଏବଂ ୧୬ ତାରିଖରେ ଅପରାହ୍ନ ୪ଟାରେ ରାୟପୁରରେ ପହଁଚିବ ।
ଟ୍ରେନ ନମ୍ବର ; ୦୩୪୧୯- ୦୩୪୨୦
ସେହିପରି ମାଳତୀପାଟପୁର-ମାଳଦା ଟାଉନ ସ୍ପେଶାଲ ୪ ଏବଂ ୧୧ ଜୁଲାଇରେ ସକାଳ ୯.୩୦ ମି. ବାହାରି ତା ପରଦିନ ୩.୫୫ ମିରେ ପୁରୀରେ ପହଁଚିବ । ସେହିପରି ଏହି ଟ୍ରେନ ପୁରୀରୁ ସନ୍ଧ୍ୟା ୬.୫ମି ବାହାରି ୧୨ ଜୁଲାଇରେ ଦିନ ୧୧ଟା ୪୫ ମିନିଟରେ ମାଳଦା ଟାଉନରେ ପହଁଚିବ ।
ଟ୍ରେନ ନମ୍ବର ; ୦୩୧୦୧- ୦୩୧୦୨
ସେହିପରି ଖୋର୍ଦ୍ଧା ରୋଡରୁ ପୁରୀକୁ ଗଡିବାକୁ ଥିବା ସ୍ପଶାଲ ଟ୍ରେନ ୬-୧୩ ଜୁଲାଇ ଯାଏଁ ସକାଳ ୫ଟାରୁ ବାହାରି ସେହିଦିନ ସକାଳ ୮.୩୦ମି ରେ ପୁରୀରେ ପହଁଚିବ ଟ୍ରେନ । ଏହାପରେ ଏହି ଟ୍ରେନ ପୁରୀରୁ ୧୩ ଜୁଲାଇରୁ ଭୋର ୪.୪୦ ମିନରେ ବାହାରି ସିଆଲଦାରେ ଅପରାହ୍ନ ୨ଟାରେ ପହଁଚିବ ।