Sunstar Tv
Gold Silver Price: ଆଜି ସୁନା ଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ…
ସୁନାର ଅହେତୁକ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ। ବିଶ୍ବ ବଜାରରେ ଲାଗି ରହିଥିବା ଅସ୍ଥିରତା ପ୍ରଭାବରୁ ବଢି ଚାଲିଛି ସୁନା ଦର। ଆଜିର ଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୮୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଜି ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ବୃଦ୍ଧି ପାଇଛି।
ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୯୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ବୃଦ୍ଧି ପାଇଛି।
ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୮୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ଦର ବୃଦ୍ଧି ପାଇଛି
ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪,୪୦୦ ଟଙ୍କା ରହିଛି। ୨୨ କ୍ୟାରେଟରେ ମାତ୍ର ୬୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୬୫୦ ଟଙ୍କା ବୃଦ୍ଧି ପାଇଛି।
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୩,୮୦୦ ଟଙ୍କା ରହିଛି । ତେବେ, ରାଜଧାନୀ ଭୁବନେଶ୍ବରରେ ଆଜି ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ୭୧୦ ଟଙ୍କା ବୃଦ୍ଧି ହୋଇଛି।