SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାତିପାହିଲେ ଆରମ୍ଭ ହେବ ମହାପ୍ରଭୁଙ୍କ ଘୋଷ ଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବ ଚକା ଡୋଳିଆ ଭକ୍ତ ବତ୍ସଳିଆ କଳିଆ । ବଡଦେଳରୁ ଝୁଲି ଝୁଲି ଆସିବ ବଡ ଦାଣ୍ଡକୁ ଆଉ ତାର ମୋହରେ ବାନ୍ଧିବ ସବୁ ଭକ୍ତଙ୍କୁ । ତେବେ କାଳିଆର ଏହି ଳିଳାରେ ସାମିଲ ହେବାକୁ କାଇଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ତେବେ ଏହି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସରକାରଙ୍କ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ତା । ଏଥିସହିତ ଶ୍ରଦ୍ଧାଳୁଙ୍କ ଯାତାୟତ ସୁବିଧା ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ମଧ୍ୟ ଅରମ୍ଭ ହେବ । ଯାହାକି ଆସନ୍ତାକାଲି ଏର୍ଥାତ ଜୁଲାଇ ୭ ତାରିଖ ଠାରୁ ୯ ତାରିଖ ଯାଏ ଅନ୍ତ ସହରରେ ଚାଲିବ । ଏହି ବସ ୭ଟି ରୁଟ୍ ଦେଇ ଚଳାଚଳ କରିବ । ଏଥିସହିତ ଏହି ବସ ସେବା ଜୁଲାଇ ୭ରୁ ୯ ଏବଂ ଜୁଲାଇ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ରଥଯାତ୍ରା ସ୍ୱତନ୍ତ୍ର ବସ୍ ଏବଂ ଏହାର ସମୟ ସାରଣୀ ନିମ୍ନରେ ପ୍ରଦାନ କରାଯାଇଛି ।
ରୁଟ୍ ୫୦ ଏକ୍ସପ୍ରେସ୍: ଭୁବନେଶ୍ୱର ରେଳ ଷ୍ଟେସନ୍- ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୧ ଏକ୍ସପ୍ରେସ୍: ବରମୁଣ୍ଡା ବିଏସ୍ଏବିଟି – ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ – ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍ଏଲ୍ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା – ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ)
ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ – କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍, କୋଣାର୍କ)
ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍
ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାଯତ କରିପାରିବେ ।
ଏହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ୍ ବସ୍ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ୱତନ୍ତ୍ର ବସ୍ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟ୍ ସାମାଜିକ ଗଣମାଧ୍ୟମରୁ ଅଧିକ ସୂଚନା ପାଇପାରିବେ ।