SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତଥର ବିବାଦରେ ରହିଛି ନିଟ୍ ପରୀକ୍ଷା । ଅରମ୍ଭରୁ ହିଁ ନିଟ୍ କୁ ନେଇ ଲାଗି ରହିଛି ଚର୍ଚ୍ଚା । ପ୍ରଶ୍ନ ପତ୍ର ଲିକ୍ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ଏବଂ ବିଭିନ୍ନ ପ୍ରକାର ଅନିୟମିତତା କାରଣରୁ ନିଟ୍କୁ ନେଇ ଅନେକ ଆଲୋଚନା ହେଉଛି ।ଏପରି କି ଏହୁସବୁ ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିବା ଦଖିବାକକୁ ମିଳିଥିଲା । ତେବେ ଏହାରି ଭିତରେ ପୁଣି ନିଟ୍ ୟୁଜିକୁ ନେଇ ଆସିଛି ବଡ ଖବର । ଯାହାକୁ ନେଇ ଚିନ୍ତାରେ ବିଦ୍ୟାର୍ଥୀ ।
ମିଳିିଥିବା ସୂଚନା ଅନୁଯାୟୀ, ସ୍ଥଗିତ ରହିଲା NEET-UG କାଉନସେଲିଂ। ଜାତୀୟ ପରୀକ୍ଷା ଏଜେନ୍ସି ( ଏନଟିଏ) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ବିଚାର କରି କାଉନସେଲିଂକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିଲେ। କିନ୍ତୁ ଜାତୀୟ ପରୀକ୍ଷା ଏଜନ୍ସି ଆଜି ଏହାକୁ ସ୍ଥଗିତ ରଖିଛି। କେବେ କାଉନସେଲିଂ ହେବ ସେନେଇ କୌଣସି ସ୍ପଷ୍ଟତା ଆସି ନ ଥିବା ବେଳେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଏନଟିଏ କହିଛି। ।
ଏଥର ପରୀକ୍ଷାରେ ୧୫୬୩ ଛାତ୍ରଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା । ପରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ, ଜୁନ୍ ୨୩ରେ ପୁଣିଥରେ ପରୀକ୍ଷା କରାଯାଇଥିଲା । ୧୫୬୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସେତେବେଳେ କେବଳ ୮୧୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଇଥିଲେ । ଆଉ ପୁନଃ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କର ଆଜି କାଉନସେଲିଂ ହେବାର ଥିଲା । ଯାହାକୁ କି ସ୍ଥଗିତ କରିଦିଆଯାଇଛି ।