SunstarTV
ହାଥରସ୍ ଘଟଣା ପରେ ବାବା ସୁରଜପାଲ ଓରଫ ଭୋଲେ ବାବା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ସେ ଦୁଃଖିତ। ସେ ଏହା ମଧ୍ୟ କହିଛନ୍ତି ଏହି ଘଟଣାରେ କୌଣସି ଅପରାଧୀଙ୍କୁ ରକ୍ଷା କରାଯିବ ନାହିଁ। ପ୍ରଶାସନ ଉପରେ ବିଶ୍ୱାସ ରଖନ୍ତୁ | ଏହି ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ |
ସୂଚନା ମୁତାବକ ଉତ୍ତର ପ୍ରଦେଶ ହାଥରସ୍ ଦଳାଚକଟା ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆତ୍ମଘୋଷିତ ଭଗବାନ ତଥା ସୁରଜପାଲ ଓରଫ ଭୋଲେ ବାବା। ଘଟଣାର ୪ ଦିନ ପରେ ସେ ମିଡିଆ ସାମ୍ନାରେ ମୁହଁ ଖୋଲିଛନ୍ତି।
ଘଟଣାକୁ ନେଇ ସେ ମର୍ମାହତ। ଏଥିପାଇଁ ସେ ଅତ୍ୟନ୍ତ ଦୁଃଖିତ ସରକାର ଓ ପ୍ରଶାସନ ଉପରେ ଭରସା ରଖିବାକୁ ଅପିଲ୍ କରିବା ସହ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାର ଏବଂ ଆହତଙ୍କ ସହ ଠିଆ ହେବା ଏବଂ ସେମାନଙ୍କୁ ଜୀବନସାରା ସାହାଯ୍ୟ କରିବା ବୋଲି ଏକ ଭିଡିଓ ବିବୃତିରେ ଭୋଲେ ବାବା କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ସତସଙ୍ଗରେ ପ୍ରାୟ ୨.୫ ଲକ୍ଷ ଭକ୍ତ ଉପସ୍ଥିତ ଥିଲେ। ପ୍ରବଳ ଭିଡ଼ ହେତୁ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା। ପୁଲିସ୍ କହିଛି ଯେ ସମାବେଶ ପାଇଁ କତ୍ତୃର୍ପକ୍ଷଙ୍କ ଦ୍ୱାରା ୮୦ ହଜାର ଲୋକଙ୍କୁ ଅନୁମତି ମିଳିଥିଲା କିନ୍ତୁ ଲୋକ ଲକ୍ଷ ଲକ୍ଷ ଥିଲେ। ଯାହା ପାଇଁ ସେଦିନର ସତସଙ୍ଗ ୧୨୧ ଜଣଙ୍କ ପାଇଁ କାଳ ହେଲା ।
ଏହି ଦୁର୍ଘଟଣା ପରେ ଆୟୋଜକ ଏବଂ କିଛି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଦୁଇଜଣ ମହିଳା ସ୍ବେଚ୍ଛାସେବୀ ମଧ୍ୟ ସାମିଲ ହୋଇଥିଲେ।