SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ସରକାର ବଦଳିବା ପରେ ସବୁ କ୍ଷେତ୍ରରେ ହେଉଛି ପରିବର୍ତ୍ତନ । ଯାହାଫଳରେ ଧିରେ ଧିରେ ଲୁଭୁଛି ୨୪ ବର୍ଷର ବିଜେଡି ଛାପ । ପ୍ରଥମେ ମୋ ସରକାର ଏବଂ ୫ଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟରୁ ହଟାଯାଇଥିବା ବେଲେ ଲକ୍ଷମ୍ୀ ବସର ରଙ୍ଗ ଏବଂ ନାଁ କୁ ମଧ୍ୟ ବଦଳାଇଛି ବିଜେପି ସରକାର । ଏହାପରେ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଣିବାକୁ ଯାଉଛି ପରିବର୍ତ୍ତନ । ଯାହାକୁ ନେେଇ ବର୍ତ୍ତମାନ ସବୁଠି ହେଉଛି ଚର୍ଚ୍ଚା । ବିଜେଡି ସରକାର ସମୟରେ ହାଇସ୍କଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯାଇ ସବଜୁ ଏବଂ ଧଳା ରଖାଯାଇଛି । ଯାହାକୁ ପୁଣି ବିଜେପି ସରକାର ପରିବର୍ତ୍ତନ କରିବାକୁ ଯାଉଛି । କେବଳ ୟୁନିଫର୍ମ ନୁହେଁ ପରିପାଟୀ ମଧ୍ୟ ପରିବର୍ତ୍ତନ କରିବ ଭାଜପା ସରକାର । ଏନେଇ ବିଭିନ୍ନ ପ ର୍ଯ୍ୟାୟରେ ଆଲୋଚନା ଚାଲିଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକରେ ହେବ ପରିବର୍ତ୍ତନ । ତେବେ ଚଳିତ ଶିକ୍ଷାବର୍ଷରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ବର୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଝାଲେରି ଫ୍ରକ ପ୍ରଦାନ କରାଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ଦୁଇହଳ ଲେଖାଏଁ କମିଜ, ସାଲୱାର ଏବଂ ଓଢ଼ଣୀ ଦିଆଯିବ । ତେବେ ରଙ୍ଗ କଣ ହେବ ତାକୁ ନେଇ ସେପରି କିଛି ନିଷ୍ପତ୍ତି ହୋଇନି । ଆସନ୍ତା ଶିକ୍ଷା ବର୍ଷ ପୂର୍ବରୁ ସ୍କୁଲ ୟୁନିଫର୍ମ ନେଇ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି ହେବ ।
ତେବେ ସର୍ବପ୍ରଥମେ ହାଇସ୍କଲ ପିଲାଙ୍କ ୟୁନିଫର୍ମର ରଙ୍ଗ ଧଳା ଏବଂ ନୀଳ ରହିଥିଲା ।ଯାହାକି ପରବର୍ତ୍ତୀ ସମୟରେ ଧଳା ଏବଂ ସବୁଜ କରାଯାଇଥିଲା । ୫ଟି ସ୍କୁଲ ରଙ୍ଗ ସହିତ ସ୍କଲର ଡ୍ରେସ କୋଡକୁ ମଧ୍ୟ ପରିବର୍ତ୍ତନ କରିଥିଲା ବିଜେଡି ସରକାର । ଚଳିତ ଥର ଓଡିଶାରେ ବିଜେପି ସରକାର ଆରମ୍ଭ ହୋଇଥିବା ବେଳେ ସ୍କୁଲ ୟୁନିଫର୍ମ ଉପରେ ଫୋକସ କରିଛି ଭାଜପା । ଯାହାଫଳରେ ଏହି ରଙ୍ଗକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ସହ ହେଉଛି ଆଲୋଚନା । ତେବେ ଭାଜପା ସମୟରେ ସ୍କୁଲ ୟୁନିଫର୍ମ ରଙ୍ଗ କେଣ ରହିବ ନା ପୂର୍ବ ରଙ୍ଗକୁ ଫେରିବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏଥିସହିତ ଗଣଶିକ୍ଷାମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ରହିଛି ରାଜ୍ୟବାସୀ ଙ୍କ ନଜର ଖାସ କରି ଛାତ୍ର ଛାତ୍ରୀମାନେ ତାଙ୍କ ସ୍କୁଲ ପୋଷାକର ରଙ୍ଗ ପରିବର୍ତ୍ତନକୁ ନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାପଡିଛି ।