SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଭାରତ ଜିତିଛି ଚଳିତ ବର୍ଷର ଟି -୨୦ ୱାର୍ଲ୍ଡକପ୍ । ରୋହିତ ସେନା ଦେଖାଇଛି ନିଜର ଜଲୱା ଆଉ ଦେଶ ପାଇଁ ଆଣିଛି ଗୌରବ । ଟିମ୍ ଇଣ୍ଡିଆ ବିଶ୍ୱକପ ଜିତିବାର ୪ ଦିନ ପରେ ନିଜ ଦେଶକୁ ଫେରିଛି ଆଉ ପାଳିଛି ବିଜୟ ଉତ୍ସବ । ଦଳ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ । ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ତାଙ୍କ ଟିମ୍ ହୋଟେଲ ଆଇଟିସି ମୌର୍ୟ୍ୟକୁ ପହଞ୍ଚିବା ସହ ସେଠାରେ କେକ୍ କାଟି ସେଲିବ୍ରେସନ କରିଥିଲେ । ଏହାପରେ ବାହାରିଥିଲେ ପ୍ରଧନମନ୍ତ୍ରୀଙ୍କ ବାସଭବନକୁ । ସେମାନେ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଲୋକ କଲ୍ୟାଣ ମାର୍ଗ ଦେଇ ଯାତ୍ରା କରିଥିଲେ । ସେହି ସମୟରେ ରାସ୍ତାରେ ଦଶର୍କଙ୍କ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଲିଥିଲା । ଯାହାର ଭିଡିଓ ସସିଆଲ ମିଡିଆରେ ଭଇରାଲ ହେଉଛି ।ତେବେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଭେଟିବା ସହ ତାଙ୍କ ହାତରେ ଧରାଇଛନ୍ତି ଟି -୨୦ ବିଶ୍ୱକପ୍ । ଏଥିସହିତ ଦଳ ମୋଦିଙ୍କ ସହ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ଆଲୋଚନା କରିଥିଲେ । ଟିମ୍ ଇଣ୍ଡିଆ ଅନ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ତେବେ ଜୁନ ୨୯ ରେ ଦଳ ମ୍ୟାଚ ଜିତିବା ପରେ ଛୁଟିଥିଲା ପ୍ରଶଂସାର ସୁୁଅ । ଆଉ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିଡିଓ ବର୍ତ୍ତା ମାଧ୍ୟମରେ ଦଳକୁ ଅଭିନନ୍ଦ୍ ଜଣାଇଥିଲେ । ଯାହାର ଭିଡିଓ ମଧ୍ୟ ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆଉ ଆଜି ରୋହିତ ଶର୍ମା ଏବଂ ତାଙ୍କ ଦଳ ଭାରତ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
चैंपियन टीम इंडिया की PM मोदी से मुलाकात 😍🏆🇮🇳🔥🔥 #IndianCricketTeam pic.twitter.com/ArUlkQ5QSS
— Narendra Modi Fan (@narendramodi177) July 4, 2024
ତେବେ ଭାରତ ବିଶ୍ୱ କପ ଜିତିବା ପରେ ବାର୍ବାଡୋସରେ ଫଶି ରହିଥଲା । ସେଠାରେ ହୋଇଥିବା ଘୂର୍ଣ୍ଣିଂ ଝଡ ପଇଁ ସମସ୍ତ ଜାନବାହାନ ସହ ବିବାନ ଚଳାଚଳ ମଧ୍ୟ ବନ୍ଦ ହୋଇଥିଲା । ଫଳରେ ବିସିସିଆଇର ସ୍ୱତନ୍ତ୍ର ବିମାନ ୱେଷ୍ଟଇଣ୍ଡିଜର ବାର୍ବାଡୋସ ଅଭିମୁଖେ ଉଡାଣ ଭରିଥିବା ବେଳେ ପଗ ଖରାପ ଯୋଗୁ ସୋଠାରେ ବିଳମ୍ବରେ ପହଞ୍ଚିଥିଲା । ଯେଉଁଥିପାଇଁ ଗତକାଲି ବଦଳରେ ଆଜି ନିଜ ଦେଶରେ ପହଞ୍ଚିଛି ଦଳ । ତେବେ ରୋହିତ ସେନା ଭାରତରେ ପାଦ ଥାପିବା ପରେ ତାଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ । ଏଥିସହିତ ଫ୍ୟାନ୍ସମାନଙ୍କ ମଧ୍ୟରେ ଦଳକୁ ଦେଖିବା ପାଇଁ ଭରି ରହିଥିଲା ଉତ୍ସାହ ।
ତେବେ ଏହାରି ଭିତରେ କ୍ୟାପଟେନ୍ ରୋହିତ ଫ୍ୟାନ୍ସମାନଙ୍କୁ ଭେଟିବା ସହ ଡ୍ୟାନ୍ସ କରୁଥିବା ମଧ୍ୟ ନଜର ଆସିଛନ୍ତି । ସେ ଭାରତରେ ପହଞ୍ଚିବା ପରେ ପଞ୍ଜାବି ଢୋଲର ତାଳେ ତାଳେ ଛଟଛୁଆଙ୍କ ପରି ନଚିଥିବା ଦେଖିବାକୁ ମିଳିଥିଲା । କେବଳ ରୋହିତ୍ ନୁହନ୍ତି ସୁର୍ଯ୍ୟକୁମାର ଯଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଡ୍ୟାନ୍ସ କରୁଥିଲେ । ।
🕺🏼#SuryakumarYadav #T20WorldCup #TeamIndia #BharatArmy #COTI🇮🇳 pic.twitter.com/1StWnMoWM9
— The Bharat Army (@thebharatarmy) July 4, 2024