SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ବିଜେପି ସରକାର ଆସିବା ପରେ ପୁରୀକୁ ନେଇ ହେଉଛି ଚର୍ଚ୍ଚା । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ସବୁଥିରେ ରାଜ୍ୟ ସରକାର ନିଜର ତତ୍ପରତା ଦେଖାଇଛିନ୍ତି । ତେବେ ପୁରୀ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ବିଚାରପତି ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଧ୍ୟକ୍ଷ ଅରିଜିତ୍ ପଶାୟତ । ତାଙ୍କ ସୂଚନା ଅନୁଯାୟୀ, ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ୟ୍ୟ ଆରମ୍ଭ ହେବ। ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍। ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍।
ତେବେ ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବାକୁ ଅରିଜିତ୍ ପଶାୟତ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆସିବାପରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ବସିବାକୁ ଥିବା ବୈଠକରେ ଏହାର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଶ୍ରୀ ଯୁକ୍ତ ପଶାୟତ ଆସନ୍ତା ଜୁଲାଇ ୨୮ ତାରିଖ ଯାଏଁ ଓଡିଶାରେ ରହିବା ସହ ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ନେଇ ସୂଚନା ରହିଛି। ତେବେ ରଥ ଯାତ୍ରା ପରଦିନ ହିଁ ରତ୍ନ ଭଣ୍ଡାର ଖୋଲିବାର ଅଧିକ ସମ୍ଭାବନା ରହିଛି ବୋଲି ଜଣାପଡିଛି ।