Sunstar Tv
Kidney Health: ଲୋକମାନେ ପ୍ରାୟତଃ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହେତୁ ସୁସ୍ଥ ହେବାର ଆଶା ଛାଡିଥାନ୍ତି ।
ହେଲେ ଆପଣମାନେ ଜାଣିଥିବେ ଯୋଗ ଏବଂ ଆୟୁର୍ବେଦ ଏପରି ଚମତ୍କାର ଜିନିଷ ଯେଉଁଥିରେ ରୋଗୀମାନେ ବଞ୍ଚିବାର ଏକ ନୂଆ ଆଶା ପାଇଥାନ୍ତି।
ଲୋକମାନେ ମଧ୍ୟ ଏହି ପ୍ରକାରର ଆଶା ଆବଶ୍ୟକ କରନ୍ତି କାରଣ ଆଜିକାଲି ରୋଗ ଏତେ ବିସ୍ତାର ହୋଇଛି ଯେ ଏଥିରୁ ରକ୍ଷା ପାଇବା କଷ୍ଟକର ହୋଇପଡୁଛି ।
କିଡନୀ ରୋଗୀଙ୍କର ଯଦି କିଡନୀ ନଷ୍ଟ ହୋଇଯାଏ । ତେବେ ସେମାନଙ୍କୁ ଜୀବନସାରା ଡାଏଲିସିସ୍ କରିବାକୁ ପଡିବ କିମ୍ବା ମହଙ୍ଗା ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରିବାକୁ ପଡିବ, ଏବଂ ତା’ପରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବାର କୌଣସି ଗ୍ୟାରେଣ୍ଟି ନାହିଁ ।
ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ତେବେ ଏହି ଉପାୟରେ ଆପଣ କିଡନୀ ସମ୍ବନ୍ଧୀୟ ରୋଗକୁ ମଧ୍ୟ ଦୂର କରିପାରିବେ ।
ସେଥିପାଇଁ ଆପଣଙ୍କୁ ନିଜର ଲାଇଫ୍ ଷ୍ଟାଇଲ୍ ରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଯେପରି ଆପଣ ପ୍ରତିଦିନ ଯୋଗ ଅଭ୍ୟାସ କରିବେ ଏବଂ ଆୟୁର୍ବେଦ ଔଷଧ ବ୍ୟବହାର କରିବେ ।
ଡାକ୍ତରଙ୍କ ଅନୁଯାୟୀ, ଯଦି କିଡନୀ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଏହାର ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୁଏ, ତେବେ ଏହା ୧୦୦% ଭଲ ହୋଇପାରିବ । ତେବେ ଏଥିପାଇଁ ଆପଣଙ୍କୁ ଏହି ରୋଗକୁ ଚିହ୍ନଟ କରିବାରେ ଅଛି ।
ହେଲଥ୍ ଏକ୍ସପର୍ଟ ଓଜନ ବଢିବା, ଧୂମପାନ ଅଭ୍ୟାସ, ହାଇ ବ୍ଲଡ ପ୍ରେସର ଏବଂ ପ୍ରଦୂଷଣ ବୃଦ୍ଧି ପାଇଁ ଏପରି ହୋଇଥାଏ ବୋଲି କହିଥାନ୍ତି ।
ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୧୦ ବର୍ଷ ପୂର୍ବେ ଡାକ୍ତରଖାନାରେ ପହଞ୍ଚୁଥିବା ୯୦% ରୋଗୀଙ୍କର ବୟସ ୬୦ ବର୍ଷରୁ ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ୪୦% ରୋଗୀ ୪୦ ରୁ ୫୦ ବର୍ଷ ବୟସରେ ଅଛନ୍ତି ।
ଯଦି ଏହି ସମସ୍ୟାରୁ ସମାଧାନ କରାନଯାଏ, ତେବେ ଆଗକୁ ଯାଇ କିଡନୀ ଷ୍ଟୋନ୍ ହେବାର ଆଶଙ୍କା ବଢିପାରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଆୟୁର୍ବେଦ ଅନୁସାରେ କିଛି ଏପରି ଉପାୟ ଜଣାଇବୁ, ଯାହାକୁ ଅନୁସରଣ କରି ଆପଣ କିଡନୀ ଷ୍ଟୋନ୍ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।
ତେବେ କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ଆପଣ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ କରିବା ଉଚିତ । ଯେପରି ପ୍ରତିଦିନ ଏକ୍ସରସାଇଜ୍ କରିବା ସହିତ ଓଜନ ନିୟନ୍ତ୍ରଣ କରନ୍ତୁ ।
ଏହା ବ୍ୟତୀତ ଧୂମପାନରୁ ଦୂରେଇ ରୁହନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଜଙ୍କ ଫୁଡରୁ ଦୂରେଇ ରୁହନ୍ତୁ । ଅଧିକ ପେନକିଲର ନିଅନ୍ତୁ ନାହିଁ ।
କିଡନୀ ଷ୍ଟୋନ୍ ପାଇଁ ଉପକାରୀ ଜିନିଷ-
କିଡନୀ ଷ୍ଟୋନ୍ ସମସ୍ୟାରେ ଅନେକ ଜିନିଷ ଅଛି ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଯେପରି ଖଟା ଛାଚ, କୋଳଥ ଡାଲି, କୋଳଥ ଡାଲି ପାଣି, ଜଅର ଅଟା, ଅମର ପୋଇ ପତ୍ର ଭଳି ଅନେକ ଜିନିଷ ବ୍ୟବହାର କରିପାରିବେ ।
କିଡନୀ ଷ୍ଟୋନରୁ କିପରି ରକ୍ଷା କରିବେ?
କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ସକାଳେ ୧ ଚାମଚ ଲିମ୍ବ ପତ୍ର ରସ ପିଅନ୍ତୁ । ଏହା ସହ ସନ୍ଧ୍ୟାରେ ୧ ଚାମଚ ଓସ୍ତ ପତ୍ର ରସ ପିଅନ୍ତୁ । ଏହି ଦୁଇଟି ଜିନିଷ ବ୍ୟବହାର କରି ଆପଣ କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇପାରିବେ ।
କିଡନୀ ଷ୍ଟୋନ୍ ହେବାର କାରଣ
କିଡନୀରେ ଷ୍ଟୋନ୍ ହେବାର ଅନେକ କାରଣ ରହିଛି, ଯେପରି କମ୍ ପାଣି ପିଇବା, ଅଧିକ ଲୁଣ ଏବଂ ଚିନି ଖାଇବା । ଅଧିକ ନନ୍ ଭେଜ୍ ଖାଇବା । ଶରୀରରେ କ୍ୟାଲସିୟମ୍-ପ୍ରୋଟିନ୍ ବଢିବା ଏବଂ ଜେନେଟିକ୍ ଫ୍ୟାକ୍ଟର ଭଳି ଅନେକ କାରଣ ରହିଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇପାରିବେ, ଏଥିପାଇଁ ଆପଣ ମକାକୁ ପାଣିରେ ଫୁଟାନ୍ତୁ, ଫିଲ୍ଟର କରନ୍ତୁ ଏବଂ ପରେ ପିଅନ୍ତୁ । ଏହି ଉପାୟରେ ଆପଣ ଏହି ସସମ୍ୟାରୁ ମୁକ୍ତି ପାଇପାରିବେ ।