SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଭାରତ ଟି -୨୦ ବିଶ୍ୱ କପ୍ ଜିତିବା ପରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଫଶି ରହିଥିଲା । ଯାହକୁ ନେଇ ଚିନ୍ତାରେ ଥିଲେ ସମସତେ । ତେବେ ସେଠାରେ ହୋଇଥିବା ଘୂର୍ଣ୍ଣିଝଡ କାରଣରୁ ଯାନବହାନ ଠାରୁ ଆରମ୍ଭ କରି ବିମାନ ଚଳାଚଳ ସବୁକିଛି ଠପ୍ ହୋଇଯାଇଥିଲା । ଫଳରେ ଗୃହବନ୍ଦି ଥିଲେ ଭାରତୀୟ ଦଳ । ଅପର ପକ୍ଷେ ଟିମ୍କୁ ଭାରତ ଫେରାଇ ଆଣିବାକୁ ଚାଲିଥିଲା ପ୍ରୟାସ । ଯାହା ସଫଳ ହୋଇଛି । ଭାରତ ଫେରିଛନ୍ତି ଟିମ୍ ଇଣ୍ଡିଆ । ସେମାନେ ଆସନ୍ତା କାଲି ସକାଳ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ନେଇ ସୂଚନା ରହିଛି । ଏଥିପାଇଁ ଆଜି ବାର୍ବାଡୋସରୁ ଉଡାଣ ଭରି ସାରିଛି ଚାଟାର୍ଡ ଫ୍ଲାଇଟ୍ । ଏନଇ ସୂଚନା ଦେଇଛନ୍ତି ବସିସିଆଇ ଉପସଭାପତି ରାଜୀବ ଶୁକ୍ଲା । ସେ କହିଛନ୍ତି ପାଗ ଅନୁକୀଳ ନଥିବାକୁ ଫ୍ଲାଇଟ୍ ବିଳମ୍ବରେ ପବଞ୍ଚିଛି । ତେଣୁ ଦଳ ଭାରତରେ ପହଞ୍ଚିବାରେ ଟିକେ ବିଳମ୍ବ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, , “ଭଗବାନଙ୍କୁ ଧନ୍ୟବାଦ, ଭାରତ ଆଜି ସନ୍ଧ୍ୟା ସୁଦ୍ଧା ବାର୍ବାଡସରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବ । ବାତ୍ୟା ଯୋଗୁଁ ଟିମ୍ ସେଠାରେ ତିନି ଦିନ ଧରି ଅଟକି ରହିଥିଲା ।” ଏବେ ଚାମ୍ପିୟନ ଖେଳାଳୀ ଭାରତକୁ ଫେରୁଥିବା ଖବର ଜାଣିବା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।
ଆସନ୍ତାକାଲି ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ । ସକାଳ ୯ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାତ୍ରା କରିବେ ରୋହିତ ବାହିନୀ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିବେ । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳୀ ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ବାର୍ବାଡସରେ ଭୀଷଣ ବାତ୍ୟା ଯୋଗୁଁ ସମସ୍ତ ବିମାନ ସେବା ବନ୍ଦ ରହିଛି । ଏୟାରପୋର୍ଟକୁ ବନ୍ଦ କରାଯାଇଥିଲା । ଫଳରେ ଟିମ୍ ଇଣ୍ଡିଆ ମଧ୍ୟ ଆଉ ଫେରି ପାରିନଥିଲା । ଏହି ଦ୍ବୀପ ଦେଶରେ ଫସି ରହିବାକୁ ବାଧ୍ୟ ହୋଇଛି । ଗତ ଶନିବାର ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା ଟିମ୍ । ଏହାପରେ ଦଳ ଆଉ ସ୍ବଦେଶ ଫେରି ପାରିନଥିଲା । ହେଲେ ଖୁବଶୀଘ୍ର ଟିମ୍ ଇଣ୍ଡିଆ ସ୍ବଦେଶ ଫେରିବ । ଖେଳାଳିଙ୍କ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ଆୟୋଜନ କରାଯାଇଛି । ତା ସହିତ ଭିକ୍ଟ୍ରି ପରେଡ୍ ଓ ସେଲିବ୍ରେସନ ମଧ୍ୟ କରାଯିବ । ଏଣୁ ଗୁରୁବାର ସକାଳେ ଟିମ୍ ଇଣ୍ଡିଆ ପହଞ୍ଚିବ ବୋଲି କୁହାଯାଉଛି ।