SunstarTV
ହାଥରସରେ ସତସଙ୍ଗ ଚାଲିଥିବା ବେଳେ ଭୋଲେ ବାବା ପ୍ରବଚନ ଦେଉଥିଲେ। ତାଙ୍କୁ ଶୁଣିବାକୁ ୨ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ଏକଜୁଟ ହୋଇଥିଲେ। ତେବେ ଜାଣିଛନ୍ତି କି, କିଏ ଏହି ଭୋଲେ ବାବା?
ନାରାୟଣ ସାକାର ହରି ଓରଫ୍ ସାକାର ବିଶ୍ୱ ହରି ଓରଫ୍ ଭୋଲେ ବାବା। ସୂଚନା ଅନୁସାରେ, ଏହି ଆତ୍ମଘୋଷିତ ବାବା ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଦାବି କରନ୍ତି। ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଥିବା କୁହାଯାଉଛି।
କିନ୍ତୁ ୟୁପିରେ ହୋଇଥିବା ଏହି ଦଳଚକଟା ମାମଲାରେ ପୁଲିସ ଖୋଜୁଛି। ତାଙ୍କ ଆଶ୍ରମକୁ ଯାଇ ଛାନଭିନ୍ ଚଳାଇଛି ପୁଲିସ। ତେବେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ସେ ଫେରାର ଥିବା କୁହାଯାଉଛି।
ସନ୍ଦେହ କରାଯାଉଛି ଯେ ବାବା ଆଗ୍ରା, ଆଲିଗଡ କିମ୍ବା ରାଜସ୍ଥାନରେ ଥାଇପାରନ୍ତି। କାରଣ ଏହି ତିନୋଟି ସ୍ଥାନ ବାବାଙ୍କର ପ୍ରକୃତ ବାସସ୍ଥାନ | ମଙ୍ଗଳବାର ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ପରେ ଯାହା ସୂଚନା ମିଳୁଛି ଆମେ ବାବାଙ୍କୁ ଘର ଭିତରେ ପାଇଲୁ ନାହିଁ। ସେ ଏଠାରେ ନାହାଁନ୍ତି ଯେଉଁଠାରେ ବାବାଙ୍କୁ ମିଳିପାରିବ ସେହି ସ୍ଥାନଗୁଡିକ ପୋଲିସ କ୍ରମାଗତ ଭାବରେ ଖୋଜୁଛି।
ସିଏମ୍ ଯୋଗୀ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା ନା ଷଡଯନ୍ତ୍ର, ସରକାର ଏହି ଘଟଣାର ତନାଘନା କରିବେ। ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଏବଂ ଆହତମାନଙ୍କୁ ୫୦ ହଜାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି।