SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜିଠାରୁ ଗ୍ରାହଙ୍କ ଚିନ୍ତା ବଢିଛି । ପ୍ରତ୍ୟେକ କ୍ଷେତ୍ରରେ ଦରଦାମ୍ ବୃଦ୍ଧି ସିଧା ଗ୍ରହହଙ୍କ ପକେଟ୍କୁ ମାଡ କରୁଛି । ତେବେ ଭାରତର ସବୁଠାର ବଡ ଟେଲିକମ୍ କମ୍ପୀନୀ ରିଲାଏନ୍ସ ଜିଓ ତାର ନୂଆ ପ୍ଲାନ୍ ଲାଗୁକରିଛି । ଫଳରେ ଆଜିଠାରୁ ବଦଳିଯାଇଛି ରିଚାର୍ଜ ପ୍ଲାନ । ଏହି ପ୍ଲାନ୍ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ପାଇଁ ଲାଗୁ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଜିଓ ଉପଭୋକ୍ତାଙ୍କ ଚିନ୍ତା ବଢିଛି । ତେବେ ରିଲାଏନ୍ସର ଜିଓ ଇନଫୋକମ୍ ମୋବାଇଲ ଶୁକ୍ଳରେ ବୃଦ୍ଧି କରିବା ନେଇ ପୂର୍ବରୁ ଘୋଷଣା କରିଥିଲା । ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି।
ତେବେ ଜିଓର ଏହି ନୂତନ ପ୍ଲାନ୍ ଅନୁଯାୟୀ, ୨୮ ମାସର ବୈଧତାର ମାସିକ ଯୋଜନା ପାଇଁ ୧୫୫ ଟଙ୍କା ଦେବାକୁ ପଡୁଥିଲା । ଯାହା ବର୍ତ୍ତମାନ ପରିବର୍ତ୍ତନ ହେଇ ୧୮୯ ଟଙ୍କା ଦେବାକୁ ପଡିବ ଏବଂ ଏହି ଯୋଜନାରେ ୨ ଜିବି ଡାଟା ଉପଲବ୍ଧ ହେବ । ୨୮ ଦିନର ବୈଧତା ସହିତ ୨୦୯ ଟଙ୍କା ଯୋଜନା ପାଇଁ, ୨୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ୧ ଜିଡି ଡାଟା ରହିବ । ୩୯୯ ଟଙ୍କା ପ୍ଲାନ ପାଇଁ, ୪୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣଙ୍କ ୩ ଜିବି ଡାଟା ରହିବ । ଅନ୍ୟପଟେ ୨ ଜିବି କିମ୍ୱା ତାଠାରୁ ଅଧିକ ଡାଟା ଥିବା ପ୍ଲାନରେ ଅସୀମିତ ଫାଇଭ-ଜି ଡାଟା ହେବ ଉପଲବ୍ଧ ହେବ । ରିଲାଏନ୍ସ ଜିଓ ପ୍ଲାନର ଶୁଳ୍କ ବୃଦ୍ଧି ଉପରେ ସାରା ଦେଶର ଉପଭୋକ୍ତାଙ୍କ ନଜର ରହିଛି ।