Sunstar Tv
Laxmi Bus: ଗମନାଗମନ ପାଇଁ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଲକ୍ଷ୍ମୀବସ୍ ଯୋଜନା ସବୁଜରୁ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି।
ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ନବୀନ ସରକାର ଦ୍ୱାରା ଚାଲୁଥିବା ଲକ୍ଷ୍ମୀ ବସକୁ ବିଜେପି ସରକାର ରଙ୍ଗ ବଦଳାଇ ନୂଆ ରୁପ ଦେବାରେ ଲାଗିଛି। ଏପର୍ଯ୍ୟନ୍ତ ପାଖାପାଖି ୨୮ ଲକ୍ଷ୍ମୀବସରୁ ଅଧିକ ବସକୁ ଏହିପରି ଗେରୁଆ ରଙ୍ଗ କରାଯାଉଛି।
ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ରାତାରାତି ଲକ୍ଷ୍ମୀବସ୍ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଢେଙ୍କାନାଳ ବସଷ୍ଟାଣ୍ଡରେ ରହୁଥିବା ବସ୍ଗୁଡ଼ିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖାଯାଇଛି। ସୋମବାର ୩ଟି ବସ୍ର ରଙ୍ଗ ବଦଳା ଯାଇଛି।
ଏସଂପର୍କରେ ଆର୍ଟିଓ(RTO)ଙ୍କ ପାଖରେ କୌଣସି ସୂଚନା ନାହିଁ। ଦାୟିତ୍ୱରେ ରହିଥିବା ଓଏସ୍ଆର୍ଟିସି ମ୍ୟାନେଜର୍ଙ୍କ ପାଖରେ ବି କୌଣସି ସୂଚନା ନାହିଁ।
ତେବେ ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍ ୫୩ଟି ରୁଟ୍ରେ ଚାଲିବା ଲାଗି ସ୍ଥିର ହୋଇଥିଲା।
ଏବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୨୫ଟି ଲକ୍ଷ୍ମୀବସ୍ ଓ ସଦର ବ୍ଲକ୍ ପାଇଁ ମଧ୍ୟ ୪ଟି ବସ୍ ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଛି।